ନୂଆଦିଲ୍ଲୀ: ପୁରୁଣା ଯାନ ଉପରେ ଗ୍ରୀନ ଟ୍ୟାକ୍ସ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ସରକାର ଚାହୁଁଛନ୍ତି ଯେ ଲୋକମାନେ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣନ୍ତୁ ।
ଏହାକୁ ଗ୍ରୀନ ଟ୍ୟାକ୍ସରୁ ମୁକ୍ତ ରଖାଯିବ । କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ 15 ବର୍ଷ ପୁରୁଣା କମର୍ସିଆଲ ଗାଡି (ଟ୍ରକ, ଟ୍ୟାକ୍ସି ଓ ଘରୋଇ ଯାନ) ଉପରେ ଗ୍ରୀନ ଟ୍ୟାକ୍ସ ଲଗାଇବା ପ୍ରସ୍ତାବ ଦେଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ କି ଲୋକ ପୁରୁଣା ଗାଡି ବଦଳରେ ନୂଆ ଗାଡିକୁ କିଣିବାକୁ ପ୍ରୋତ୍ସାହିତ କରିବା । ରାଜ୍ୟ ସରକାରଙ୍କ ପରାମର୍ଶ ପରେ ଏହି ପ୍ରସ୍ତାବକୁ ଅଧିସୂଚିତ କରାଯାଇପାରେ । ଏହା ପରେ ଏହାକୁ ଏପ୍ରିଲ ପହିଲାରୁ ଲାଗୁ କରାଯିବ । ସରକାରଙ୍କ ସ୍କ୍ରାପ ପଲିସି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ ବିସ୍ତାରରେ ସୂଚନା ଦେଇଛନ୍ତି ।
ଗଡକରୀ କହିଛନ୍ତି କି ନୂଆ ଯାନ ସ୍କ୍ରାପିଂ ନୀତି ଅଟୋମୋବାଇଲ କ୍ଷେତ୍ରରେ ସୁଧାର ଆଣିବ । ଏହା ଦ୍ବାରା ସଡକ ସୁରକ୍ଷା ପରିଚାଳନା ହେବ । ଫଳରେ ପରିବେଶ ପ୍ରଦୂଷଣ ମୁକ୍ତ ହେବ ତଥା ଇନ୍ଧନ ବ୍ୟବହାର କମିବ । ଏଥିସହ ତେଲ ଆମଦାନୀ ହ୍ରାସ ହେବ । ଲୋକସଭାରେ ଗାଡି ସ୍କ୍ରାପିଂ ନୀତି ଘୋଷଣା କରି ଗଡକରୀ ଏ ସମ୍ବନ୍ଧରେ ଦର୍ଶାଇଛନ୍ତି ।
ସେ କହିଛନ୍ତି କି ଦେଶରେ ଅଟୋମୋବାଇଲ ସେକ୍ଟରର ଆକାର 4.50 ଲକ୍ଷ କୋଟି ଟଙ୍କା ରହିଛି । ଆଉ ଆସନ୍ତା 5 ବର୍ଷରେ ଏହା ବୃଦ୍ଧି ହୋଇ 10 ଲକ୍ଷ କୋଟି ଟଙ୍କାରେ ହେବା ଆଶା ରହିଛି ।