ଓଡିଶା

odisha

ETV Bharat / business

ନିର୍ମଳାଙ୍କ ନୀତିରେ ନାଖୁସ ପତି ପର୍କଲା ପ୍ରଭାକର - ଅର୍ଥମନ୍ତ୍ରୀଙ୍କ ସ୍ବାମୀ

ସରକାରଙ୍କ ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠାଇଲେ ଖୋଦ ଅର୍ଥମନ୍ତ୍ରୀଙ୍କ ସ୍ବାମୀ ତଥା ବିଶିଷ୍ଠ ଅର୍ଥନୀତିଜ୍ଞ ପର୍କଲା ପ୍ରଭାକର । ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ପିଭି ନରସଂହ ରାଓ ଓ ମନମୋହନଙ୍କ ପରାମର୍ଶ ଦେଇଛନ୍ତି ପ୍ରଭାକର ।

ଡିଜାଇନ ଫଟୋ

By

Published : Oct 14, 2019, 8:00 PM IST

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିତି ଅତ୍ୟନ୍ତ ଖରାପ । ଏହାକୁ ସୁଧାରିବା ପାଇଁ ସରକାରଙ୍କୁ କିଛି ଠୋସ ପଦକ୍ଷେପ ଗ୍ରହଣ କରିବା ଦରକାର । ଏଥିପାଇଁ ବିଜେପିକୁ ପିଭି ନରସଂହ ରାଓ କିମ୍ବା ମନମୋହନ ସିଂହଙ୍କ ଆର୍ଥିକ ଢାଞ୍ଚାକୁ ଆପଣାଇବା ଦରକାର । ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମର ସ୍ତମ୍ଭ ଲେଖି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପର୍କଲା ପ୍ରଭାକର ଏ ନେଇ ଚିନ୍ତା ଦର୍ଶାଇ ମୁକୁଳିବାକୁ ପରାମର୍ଶ ଦେଇଛନ୍ତି ।


ସେ ଲେଖିଛନ୍ତି ଯେ, ଅର୍ଥନୀତି ଅବସ୍ଥା ଶୋଚନୀୟ । ଯଦିଓ ସରକାର ଏହାକୁ ମାନିବାକୁ ନାରାଜ । ହେଲେ ସମସ୍ତ ରିପୋର୍ଟରୁ ଅନୁମେୟ ଯେ, ଗୋଟିଗୋଟି କରି ବହୁ ସେକ୍ଟର ଏବେ ସଙ୍କଟ ଭିତରେ ଗତି କରୁଛି । ଆଉ ଏହି ସଙ୍କଟରୁ ବାହାରିବା ପାଇଁ ସରକାର ମଧ୍ୟ କୌଣସି ରୋଡମ୍ୟାପ ତିଆରି କରିପାରୁନାହାନ୍ତି ।

ପ୍ରଭାକର ଜଣେ ଅର୍ଥନୀତିଜ୍ଞ ସହ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପୂର୍ବତନ ଯୋଗାଯୋଗ ପରାମର୍ଶଦାତା ଥିଲେ । ଏବେ ସେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀର ଏମଡି(ପରିଚାଳକ ନିର୍ଦ୍ଦେଶକ ) ରହିଛନ୍ତି ।

ଧୀମା ପଡିଥିବା ଅର୍ଥବ୍ୟବସ୍ଥା ଉପରେ ନିଜ ମତ ରଖି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବ୍ୟକ୍ତିଗତ ଉପଯୋଗୀତା 18 ମାସର ତଳେ ରହି 3.1କୁ ହ୍ରାସ ପାଇଛି । ସେପଟେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି 5 ପ୍ରତିଶତକୁ ଖସିଛି । ଯାହାକି 6 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନରେ ପହଞ୍ଚିଛି । ସେହିପରି ଦେଶରେ ବେକାରୀ ହାର 45 ବର୍ଷର ସର୍ବୋଚ୍ଚକୁ ଛୁଇଁଛି ।

ଏଭଳି ବହୁ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍ନା ପାଇଁ ସରକାରଙ୍କ ପାଖରେ ଏତେଟା ରଣନୀତି ନଥିବା ପ୍ରମାଣ ରହିଛି । ବୋଧେ ଏ ନେଇ ପାର୍ଟିକୁ ଆଗୁଆ ସଙ୍କେତ ମିଳିଯାଇଥିଲା । ଏଥିଲାଗି ଲୋକସଭା ନିର୍ବାଚନ ବେଳେ ଦେଶର ଆର୍ଥିକ ପ୍ରଦର୍ଶନ ନେଇ କିଛି ପ୍ରତିଶ୍ରୁତି କିମ୍ବା ବୁଝମଣା ଦିଆଯାଇନଥିଲା ବୋଲି ରୋକଠୋକ ଦର୍ଶାଇଛନ୍ତି ପ୍ରଭାକର ।

ABOUT THE AUTHOR

...view details