ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରାଇଆଣିବା ପାଇଁ ପୁଣି ଥରେ ହୋଇପାରେ ବଡ ଘୋଷଣା । ଶନିବାର ଦ୍ବିପ୍ରହର 2.30ରେ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିବେ । ଗତ 1ମାସରେ ଅର୍ଥମନ୍ତ୍ରୀଙ୍କ ଏହା ତୃତୀୟ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ଅର୍ଥନୀତି ସହ ଜଡିତ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ସରକାର ନୂଆ ନିଷ୍ପତ୍ତି ନେଉଛନ୍ତି ।
ଆଜି ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ, ହୋଇପାରେ ବଡ ଘୋଷଣା - ଅର୍ଥବ୍ୟବସ୍ଥାର ସୁଧାର
ଶନିବାର ଦ୍ବିପ୍ରହର 2.30ରେ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିବେ। ଅର୍ଥବ୍ୟବସ୍ଥାର ସୁଧାର ନେଇ ଏଥିରେ କିଛି ବଡ ଘୋଷଣା ହେବ ବୋଲି ଆଶା ରହିଛି।
![ଆଜି ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ, ହୋଇପାରେ ବଡ ଘୋଷଣା](https://etvbharatimages.akamaized.net/etvbharat/prod-images/768-512-4436737-thumbnail-3x2-nirmala.jpg)
ଫାଇଲ ଫଟୋ
ଏହା ପୂର୍ବରୁ ଅଗଷ୍ଟ 30ରେ ସୀତାରମଣ ଏକ ସାମ୍ବିଦିକ ସମ୍ମିଳନୀ କରି 10 ରାଷ୍ଟ୍ରାୟତ ବ୍ୟାଙ୍କ ମିଶ୍ରଣରେ 4 ବୃହତ୍ତ ବ୍ୟାଙ୍କ ତିଆରି ଓ ପିଏସବି ପ୍ରଶାସନରେ ସୁଧାର ନେଇ ଘୋଷଣା କରିଥିଲେ।