ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ମତଭେଦ ହ୍ରାସ ପାଇବାରେ ଲାଗିଛି । ଏହାସହ ଦୁଇଦେଶ ମଧ୍ୟରେ ଖୁବଶୀଘ୍ର ବ୍ୟବସାୟିକ ସମ୍ବନ୍ଧୀୟ ନୂତନ ବୁଝାମଣା ହେବାକୁ ଯାଉଛି । ଏଭଳି ସୂଚନା ଦେଇଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହେବାକୁ ଯାଉଛି ।
‘ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ହେବ ବ୍ୟବସାୟିକ ବୁଝାମଣା’ - ବାଣିଜ୍ୟିକ ବୁଝାମଣା
ଭାରତ ଏବଂ ଆମେରିକା ମଧ୍ୟରେ ଖୁବଶୀଘ୍ର ବ୍ୟବାସାୟିକ ସମ୍ବନ୍ଧୀୟ ନୂତନ ବୁଝାମଣା ହେବାକୁ ଯାଉଛି । ଏଭଳି ସୂଚନା ଦେଇଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ସୀତାରମଣ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକରେ ଭାଗ ନେବେ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ବୁଝାମଣା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଲେ ବର୍ତ୍ତମାନ ଏହା ଉପରେ ଆର୍ଥ ମନ୍ତ୍ରଣାଳୟ ନିଜର କାମ କରୁଛି । ଖୁବଶୀଘ୍ର ଏ ବିଷୟରେ ଅଲୋଚନା ହେବା ପରେ ଫଳାଫଳ ଆସିବ । ସେପଟେ ଋଷ ସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ସାକ୍ଷାତ କରିଛନ୍ତି ।