ଓଡିଶା

odisha

ETV Bharat / business

‘ଆତ୍ମନିର୍ଭର ଭାରତ ପ୍ୟାକେଜ ଲାଗୁ କରନ୍ତୁ ବ୍ୟାଙ୍କ’ - ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ

ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ । ଶୀଘ୍ର 20 ଲକ୍ଷ କୋଟିର ପ୍ୟାକେଜ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୀତାରମଣ । ବିଶେଷ କରି ଏମଏସଏମଇ ଋଣ ଜାରି ପ୍ରକ୍ରିୟାକୁ ସରଳ ପାଇଁ ଦେଇଛନ୍ତି ଜୋର । ଅଧିକ ପଢନ୍ତୁ..

Nirmala Sitharaman
‘ଆତ୍ମନିର୍ଭର ଭାରତ ପ୍ୟାକେଜ ଲାଗୁ କରନ୍ତୁ ବ୍ୟାଙ୍କ’

By

Published : May 23, 2020, 5:50 PM IST

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରମୁଖଙ୍କ ସହ ବୈଠକ କରି କୋରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବାକୁ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିସହ ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ଲାଗୁ ପାଇଁ କହିଛନ୍ତି ସୀତାରମଣ ।

20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା ପରେ ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ସହ ବ୍ୟାଙ୍କ ପ୍ରମୁଖଙ୍କ ଏହା ପ୍ରଥମ ବୈଠକ । ଯାହାକି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଛି ।

ଗତ ବୁଧବାର କେନ୍ଦ୍ର କ୍ୟବିନେଟ ଏହି ପ୍ୟାକେଜରେ ଘୋଷଣା ହୋଇଥିବା ତମାମ ଯୋଜନାକୁ ମଞ୍ଜୁରୀ ଦେଇଛି ।

ଅର୍ଥମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ବିଟ କରି କୁହାଯାଇଛି କି, ପ୍ରତ୍ୟେକ ଏମସଏମଇ ଓ ଅନ୍ୟ ଉପଭୋକ୍ତାଙ୍କ ଆବଶ୍ୟକତା ଉପରେ ତତ୍କାଳ ଧ୍ୟାନ ଦେବା ଆବଶ୍ୟକତାକୁ ଦୃଷ୍ଟି ଦେବା ଦରକାର । ତେବେ ପ୍ୟାକେଜ କିପରି କାର୍ଯ୍ୟକାରୀ ହେବ ସେ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ପ୍ରସଙ୍ଗରେ ଶୀଘ୍ର ବିବରଣୀ ଦିଆଯିବ।

ଇଣ୍ଡିଆନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦ୍ମଜା ଚନ୍ଦୁର(Padmaja Chandru) ବୈଠକ ପରେ କହିଛନ୍ତି କି, ଅର୍ଥମନ୍ତ୍ରୀ ଏମଏସଏମଇକୁ ଅତିରିକ୍ତ ଋଣ ଜାରି ପ୍ରକ୍ରିୟା , ଫର୍ମାଟ ଓ ଡକ୍ୟୁମେଣ୍ଟ କୁ ସରଳ କରିବା ପାଇଁ ଜୋର ଦେଇଛନ୍ତି ।

ABOUT THE AUTHOR

...view details