ଓଡିଶା

odisha

ETV Bharat / business

ଜୀବନର ସୁରକ୍ଷିତ ସଞ୍ଚୟ ‘ସୁନା’

ସୁନା ସର୍ବେକ୍ଷଣ  ରିପୋର୍ଟ ।  ଜାଣନ୍ତୁ, କେତେ ପରିମାଣରେ ଲୋକ  ଗହଣା କିଣାକୁ ସୁରକ୍ଷିତ ମାନୁଛନ୍ତି । ଏଥିରେ କଣ  ରହିଛି ସୁଯୋଗ ?  ଏହା ଆପଣଙ୍କ ପାଇଁ କେତେ ଲାଭବାନ ସାବ୍ୟସ୍ତ ହେବ ?

ଜୀବନର ସୁରକ୍ଷିତ ସଞ୍ଚୟ ‘ସୁନା’

By

Published : Nov 25, 2019, 5:36 PM IST

ହାଇଦ୍ରାବାଦ: ସୁନାରେ ନିବେଶ ପାଇଁ ୱାର୍ଡ ଗୋଲ୍ଡ କାଉନସିଲ ଦେଉଛି ସୁବର୍ଣ୍ଣ ସୁଯୋଗ । ଚଳିତ ମାସରେ ଲଞ୍ଚ ହୋଇଥିବା ନୂଆ ଉପଭୋକ୍ତା ଅନୁସନ୍ଧାନ ରିପୋର୍ଟରେ, ରିଟେଲ ନିବେଶ ଓ ଗହଣା ବଜାରରେ କାମ କରୁଥିବା ଲୋକଙ୍କ ପାଇଁ ବଡ ଅଫର ଦେଉଛି ।

1800 ମଜୁବୁତ ନମୁନା ସହ ଅନୁସନ୍ଧାନର ମହତ୍ବପୂର୍ଣ୍ଣ ରେଞ୍ଜ ଭିତରେ ଚୀନ , ଭାରତ, ଉତ୍ତର ଆମେରିକା, ଜର୍ମାନୀ ଓ ଋଷ ସମେତ ବଜାରର ଏକ ଶୃଙ୍ଖଳାକୁ ଦେଖାଯାଉଛି । ଏଥିସହ ଏହା ସୁନା ପ୍ରତି ଦୃଷ୍ଟିକୋଣ ଓ ଅଦ୍ବିତୀୟ ଅନ୍ତଦୃଷ୍ଟି ଉପରେ ନଜର କେନ୍ଦ୍ରୀଭୂତ କରୁଛି । ଲୋକଙ୍କ କିପରି ଓ କେଉଁ ପ୍ରକାରର ସୁନା କିଣୁଛନ୍ତି , ଆଉ ଯେଉଁମାନେ କିଣୁନାହାନ୍ତି, ତାହାର କାରଣ କଣ ?

କେଉଁଥିରେ କେତେ ନିବେଶ କରାଯାଏ

ତଥ୍ୟ ଅନୁଯାୟୀ ସଞ୍ଚୟ ଆକାଉଣ୍ଟରେ 78% ପ୍ରତିଶତ, ଜୀବନ ବୀମାରେ 54% ଓ ସୁନାରେ 46% ନିବେଶ କରାଯାଉଥିଲା ।

ରିସର୍ଚ୍ଚର ଅନ୍ୟ ଏକ ପାର୍ଟରୁ ଜଣାପଡିଛି ଯେ, ସୁନା ମୁଖ୍ୟଧାରାର(mainstream)ର ପ୍ରଥମ ପସନ୍ଦ । ଲଗାତାର ତୃତୀୟ ଥର କିଣାଯାଇଥିବା ନିବେଶ, ଯେଉଁଥିରେ 46 ପ୍ରତିଶତ ଖୁଚୁରା ନିବେଶକ ସୁନା ଉତ୍ପାଦନର ଚୟନ କରୁଛନ୍ତି । ଯାହା ସଞ୍ଚୟ ଖାତା (78%) ଓ ଜୀବନ ବୀମା (54%)ର ଠିକ ପଛରେ ରହିଥାଏ ।

ଏହି ସର୍ବେକ୍ଷଣରୁ ଆହୁରି ମଧ୍ୟ ଜଣାପଡିଛି ଯେ, 56% ଉପଭୋକ୍ତା ସୁନାର ଗହଣା କିଣୁଛନ୍ତି ,ଯେତେବେଳେ କି 34% ଲୋକ ପ୍ଲାଟିନମ ଗହଣା କ୍ରୟ କରନ୍ତି । ଏହା ବ୍ୟତିତ ନୂଆ ଗବେଷଣାରେ ଖୁଚୁରା ନିବେଶକ ଓ ଫ୍ୟାସନର ଏକ ତୃତୀୟାଂଶରୁ ଉର୍ଦ୍ଧ୍ବ ଲୋକ ଅତୀତରେ କେବେ ସୁନା କିଣୁନଥିଲେ ।


ଲୋକଙ୍କ ଆତ୍ମବିଶ୍ବାସ ରହିଛି ସୁନାରେ ଟଙ୍କା ନିବେଶ କଲେ ଏହା ସୁରକ୍ଷିତ ରହିଥାଏ । ଏଥିପାଇଁ ଦୁଇ-ତୃତୀୟାଂଶରୁ ଉର୍ଦ୍ଧ ଖୁଚୁରା ନିବେଶ ବିଶ୍ବାସ କରୁଛନ୍ତି ଯେ, ମୁଦ୍ରାସ୍ପୀତି ଓ ଟଙ୍କାର ମୁଲ୍ୟ ହ୍ରାସ-ବୃଦ୍ଧି ବିରୋଧରେ ସୁନା ଏକ ସୁରକ୍ଷା କବଜ ଭଳି କାମ କରିଥାଏ । ଏଥିପାଇଁ ଦେଶର 61 ପ୍ରତିଶତ ମାନନ୍ତି କି, ଟଙ୍କା ଠାରୁ ସୁନାର ସଞ୍ଚୟ ଅଧିକ ଗୁରୁତ୍ବପୂର୍ଣ୍ଣ ।

କିନ୍ତୁ ଏପରି ବହୁ ଲୋକଙ୍କ ସୁନା ଉପରେ ବିଶ୍ବାସ ନାହିଁ । ଯେଉଁମାନେ ଅତୀତରେ ସୁନା କ୍ରୟ କରିନଥାନ୍ତି ସେମାନଙ୍କ ସୁନା କିଣା ବିଚାର ଏତେଟା ଦୃଢ ନଥାଏ ।

ABOUT THE AUTHOR

...view details