ଓଡିଶା

odisha

By

Published : Jul 1, 2021, 9:15 PM IST

ETV Bharat / business

ରାଜକୋଷ ରୁଗ୍ଣ କରିବ ନୂଆ ମେଗା ରିଲିଫ ପ୍ୟାକେଜ: ରିପୋର୍ଟ

ନୂଆ ମେଗା ରିଲିଫ ପ୍ୟାକେଜ ବଢାଇବ ଆର୍ଥିକ ନିଅଣ୍ଟ । ଅଧିକ ବ୍ୟୟ ବରାଦ ଖର୍ଚ୍ଚ ଦ୍ବାରା ରାଜକୋଷ ଉପରେ 0.60 ପ୍ରତିଶତ ଅତିରିକ୍ତ ପ୍ରଭାବ ପଡିବ । ଅଧିକ ପଢନ୍ତୁ..

ରାଜକୋଷ ରୁଗ୍ନ କରିବ ନୂଆ ମେଗା ରିଲିଫ ପ୍ୟାକେଜ : ରିପୋର୍ଟ
ରାଜକୋଷ ରୁଗ୍ନ କରିବ ନୂଆ ମେଗା ରିଲିଫ ପ୍ୟାକେଜ : ରିପୋର୍ଟ

ନୂଆଦିଲ୍ଲୀ: ମହାମାରୀ ପ୍ରଭାବିତ ସେକ୍ଟରକୁ ଋଣ ଦେବା ପାଇଁ ଆସିଥିବା ନୂଆ ମେଗା ରିଲିଫ ପ୍ୟାକେଜ ବଢାଇବ ଆର୍ଥିକ ନିଅଣ୍ଟ । ଅଧିକ ବ୍ୟୟ ବରାଦ ଖର୍ଚ୍ଚ ଦ୍ବାରା ରାଜକୋଷ ଉପରେ 0.60 ପ୍ରତିଶତ ଅତିରିକ୍ତ ପ୍ରଭାବ ପଡିବ । ଫଳରେ ବ୍ୟାଙ୍କ ପାଇଁ 70,000 କୋଟି ଟଙ୍କାର ଅତିରିକ୍ତ ଲିକ୍ୟୁଡିଟି ସୁବିଧା ଉପଲବ୍ଧ ହେବ । ଏକ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କ୍ଷୁଦ୍ର ଉଦ୍ୟୋଗ ପାଇଁ 1.5 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଉପଲବ୍ଧ ପାଇଁ ଘୋଷଣା କରିଛନ୍ତି । ଏଥିସହ ସେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅତିରିକ୍ତ ପାଣ୍ଠି, ପର୍ଯ୍ୟଟନ ଏଜେନ୍ସି ଓ ଗାଇଡରଙ୍କୁ ଋଣ ତଥା ମାଗଣା ଟୁରିଷ୍ଟ ଭିସା ପ୍ଲାନ ଭଳି ଅନେକ ଘୋଷଣା କରିଛନ୍ତି । ଏହି ମହାପ୍ୟାକେଜରେ କେତୋଟି ପୁରୁଣା ଯୋଜନାର ସମ୍ପ୍ରସାରଣ ହୋଇଥିଲାବେଳେ ନୂଆ ଯୋଜନା ଅଣାଯାଇଛି । ମୋଟ ମିଶାଇ 6.29 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆଣିଛନ୍ତି ଅର୍ଥମନ୍ତ୍ରୀ ।

ଏସବିଆଇ ରିସର୍ଚ୍ଚ ବିଶ୍ଲେଷଣ ଅନୁସାରେ , କୋଭିଡ କ୍ଷେତ୍ରଗୁଡିକ ପାଇଁ 1.1 ଲକ୍ଷ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ସ୍କିମ ଘୋଷଣା କରାଯାଇଛି । ଏହା ଅଧିନରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 50 ହଜାର କୋଟି ଏବଂ ଅନ୍ୟ କ୍ଷେତ୍ରଗୁଡିକ ପାଇଁ 60 ହଜାର କୋଟି ଆବଣ୍ଟନ ହେବ । ତେବେ ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମରେ 1.5 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଦିଆଯିବ । ଇସିଏଲଜିଏସରେ ଏବେ ସୁଦ୍ଧା 2.69 ଲକ୍ଷ କୋଟି ଟଙ୍କା ବଣ୍ଟନ ହୋଇଛି ।

1.10 ଲକ୍ଷ କୋଟି ଟଙ୍କାର ନୂତନ ଘୋଷଣାଗୁଡ଼ିକର ସମାନ ବିତରଣ ଅନୁସାରେ , 50 ପ୍ରତିଶତ ଏବଂ 75 ପ୍ରତିଶତ ଗ୍ୟାରେଣ୍ଟି କଭର ଏବଂ 100 ପ୍ରତିଶତ ରିସ୍କ ଭାର ସହିତ ବ୍ୟାଙ୍କଗୁଡିକ ପାଖରେ ପ୍ରାୟ 7,500 କୋଟି ଟଙ୍କା ପୁଞ୍ଜି ରିଲିଫ ରହିବ । ଯାହା ଦ୍ବାରା 70,000 କୋଟି ଟଙ୍କାର ଋଣ ସୃଷ୍ଟି ହୋଇପାରିବ ।

ଏସବିଆଇ ମୁଖ୍ୟ ଅର୍ଥନୀତି ସୋମ୍ୟ କାନ୍ତି ଘୋଷ ଏକ ରିପୋର୍ଟରେ କହିଛନ୍ତି କି, ସୋମବାର ଘୋଷିତ ପ୍ୟାକେଜରେ ବ୍ୟାପକ ଭାବେ ସ୍ବାସ୍ଥ୍ୟ , ପର୍ଯ୍ୟଟନ , ଏମଏଫଆଇ ତଥା କୃଷି ଉପରେ ଜୋର ଦିଆଯାଇଛି ।

ABOUT THE AUTHOR

...view details