ଓଡିଶା

odisha

ETV Bharat / business

ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିଲେ ସତର୍କ, ଆସନ୍ତା 20ରୁ ନୂଆ ଆଇନ ଲାଗୁ - Consumer Protection

ଏଣିକି କୌଣସି ଉତ୍ପାଦ ସମ୍ବନ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ଦେବା ପଡିବ ଭାରୀ । ଜୁଲାଇ 20ରୁ ଦେଶରେ ଲାଗୁ ହେବ ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ-2019 । ଅଧିକ ପଢନ୍ତୁ..

new Consumer Protection Act-2019 will be implemented from July 20
new Consumer Protection Act-2019 will be implemented from July 20

By

Published : Jul 18, 2020, 2:26 PM IST

ନୂଆଦିଲ୍ଲୀ: ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ -2019 ଆସନ୍ତା ସପ୍ତାହ ଅର୍ଥାତ ଜୁଲାଇ 20ରୁ ସମଗ୍ର ଦେଶରେ ଲାଗୁ ହେବ । ଆଉ ଏହା ପରେ କୌଣସି ଉତ୍ପାଦ ସମ୍ବନ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ଦେବା ମହଙ୍ଗା ପଡିବ। କାରଣ ନୂଆ ଆଇନ ଅନୁସାରେ ବିଭ୍ରାନ୍ତିକର ବିଜ୍ଞାପନ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି ।

କେନ୍ଦ୍ର ସରକାର ଉପଭୋକ୍ତା ସଂରକ୍ଷଣ ଆଇନ-2019 ଅଧିସୂଚନା ଜାରି କରିଦେଇଛନ୍ତି । ଏହି ଆଇନ ଉପଭୋକ୍ତା ସଂରକ୍ଷଣ ଆଇନ -1986 ସ୍ଥାନ ନେବ । କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ବାରା ଜୁଲାଇ 15ରେ ଜାରି ଅଧିସୂଚନା ଅନୁସାରେ ଏହି ଆଇନ ଜୁଲାଇ 20ରୁ ସମଗ୍ର ଦେଶରେ ଲାଗୁ ହେବ ।

ପ୍ରକାଶ କି, ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ-2019 ଏ ବର୍ଷ ଜାନୁଆରୀରୁ ଲାଗୁ ହେବାର ଥିଲା । କିନ୍ତୁ କୌଣସି କାରଣରୁ ଏହାର ତାରିଖ ମାର୍ଚ୍ଚ ମାସ ପାଇଁ ବଢାଇ ଦିଆଯାଇଥିଲା । କିନ୍ତୁ କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ଲାଗୁ ଦେଶବ୍ୟାପି ଲକଡାଉନ ଯୋଗୁଁ ଏହାର ସମୟସୀମା ସ୍ଥଗିତ କରାଯାଇଥିଲା । କିନ୍ତୁ ଏବେ ଏହାର ବିଜ୍ଞପ୍ତି ଜାରି କରାଯାଇଛି । ଜୁଲାଇ 20 ରୁ ସମଗ୍ର ଦେଶରେ ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ ଲାଗୁ ହୋଇଯିବ ।

ନୂଆ ଉପଭୋକ୍ତା ସଂରକ୍ଷଣ ଆଇନରେ ବିବାଦକୁ ଶୀଘ୍ର ସାମାଧାନ ଲକ୍ଷ୍ୟରେ ମଧ୍ୟସ୍ଥତା ପାଇଁ ଏକ ବିକଳ୍ପ ବିବାଦର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details