ନୂଆଦିଲ୍ଲୀ: ଭାରତକୁ ନେପାଳର ପ୍ରହାର । ଭାରତରୁ ରପ୍ତାନୀ ହେଉଥିବା ଫଳ ଓ ପନିପରିବା ଉପରେ ରୋକ ଲଗାଇଛନ୍ତି ନେପାଳ ସରକାର । ପଡୋଶୀ ରାଷ୍ଟ୍ରର ଏପରି କଡା ଆଭିମୁଖ୍ୟ ପରେ ଭାରତୀୟ ବେପାରୀଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଛି ।
କେବଳ କଟକଣା ନୁହେଁ ଭାରତ ପଠାଉଥିବା ଦ୍ରବ୍ୟ ନେବା ପୂର୍ବରୁ ବହୁ ସର୍ତ୍ତ ରଖିଛି ନେପାଳ । 2 ଦେଶର ସୀମାରେ ଥିବା ଚେକପୋଷ୍ଟରେ ଫଳ ଓ ଫନିପରିବାର ପରୀକ୍ଷା ହେବ । ଆଉ ତାପରେ ନେପାଳର ସବୁଜ ସଂଙ୍କେତ ମିଳିବା ପରେ ତାହାକୁ ନେବା ପାଇଁ ଆଲୋଚନା ହେବ । ଭାରତର ପନିପରିବା ଓ ଫଳରେ ପ୍ରଚୁର କେମିକାଲ ରହିଥିବା ଅଭିଯୋଗରେ ନେପାଳ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣା ପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସରକାରୀ ସୁତ୍ରରୁ ଖବର ମିଳିନାହିଁ ।