ଓଡିଶା

odisha

By

Published : May 17, 2021, 6:58 PM IST

ETV Bharat / business

ରବିବାର 14 ଘଣ୍ଟା ବନ୍ଦ ରହିବ NEFT ସେବା

ରବିବାର 14 ଘଣ୍ଟା ପାଇଁ ବନ୍ଦ ରହିବ ଏନଇଏଫଟି (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ସେବା । ଟେକ୍ନୋଲୋଜି ଡେଭଲପ କାମ ଯୋଗୁଁ ଏନଇଏଫଟି ଟ୍ରାଞ୍ଜାକ୍ସନ ରବିବାର ବାଧାପ୍ରାପ୍ତ ହେବ । ଅଧିକ ପଢନ୍ତୁ..

ରବିବାର 14 ଘଣ୍ଟା ବନ୍ଦ ରହିବ  NEFT ସେବା
ରବିବାର 14 ଘଣ୍ଟା ବନ୍ଦ ରହିବ NEFT ସେବା

ମୁମ୍ବାଇ: ଅନଲାଇନ ଟଙ୍କା ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଜରୁରୀ ସୂଚନା । ରବିବାର 14 ଘଣ୍ଟା ପାଇଁ ବନ୍ଦ ରହିବ ଏନଇଏଫଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ସେବା । ଟେକ୍ନୋଲୋଜି ଡେଭଲପ କାମ ଯୋଗୁଁ ଏନଇଏଫଟି ସେବା ଶନିବାର ମଧ୍ୟରାତ୍ରି ପରଠୁ ରବିବାର ଅପରାହ୍ନ 2 ଟା ପର୍ଯ୍ୟନ୍ତ 14 ଘଣ୍ଟା ପାଇଁ ବନ୍ଦ ରହିବ । ଏ ନେଇ ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ।

ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (NEFT) ହେଉଛି ଏକ ଦେଶବ୍ୟାପୀ କେନ୍ଦ୍ରୀକୃତ ପେମେଣ୍ଟ ପ୍ରଣାଳୀ । ଏହାର ପରିଚାଳନା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ବାରା ହୋଇଥାଏ । ଏହି ସେବା ବର୍ଷର ସବୁ ଦିନ 24x7 ଦିଆଯାଇଥାଏ ।

ଆରବିଆଇ ଏକ ବିବୃତ୍ତିରେ କହିଛି କି , ପ୍ରଦର୍ଶନ ଓ ନମନୀୟତା ବଢାଇବା ପାଇଁ ଏନଇଏଫଟିର ଟେକନିକ ବିକଶିତ କରାଯାଉଛି । ଯାହା ପାଇଁ 2021 ମେ 22ରେ କାରବାର ଶେଷ ହେବା ପର ସମୟ ସ୍ଥିର ହୋଇଛି । ଆରବିଆଇ କହିଛି କି, ‘‘ ଏଭଳି ସ୍ଥିତିରେ ଏନଇଏଫଟି ସେବା ରବିବାର ଅର୍ଥାତ ମେ 23 ରେ 00:01 ଟାରୁ 14:00 ଯାଏଁ ଉପଲବ୍ଧ ହେବ । ଆରଟିଜିଏସ ପ୍ରଣାଳୀ ଏହି ଅବଧିରେ ପ୍ରତିଦିନ ଭଳି ଚାଲୁ ରହିବ ।

ତେବେ ସେବା ବନ୍ଦ ନେଇ ସମସ୍ତ ବ୍ୟାଙ୍କ ଗ୍ରାହକଙ୍କୁ ଅବଗତ କରାନ୍ତୁ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଛି । ଯେପରି ସମୟ ଥାଉ ଥାଉ ଗ୍ରାହକ ସେମାନଙ୍କ ଟ୍ରାଞ୍ଜାକ୍ସନ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରିବେ ।

ABOUT THE AUTHOR

...view details