ଓଡିଶା

odisha

By

Published : May 14, 2021, 10:43 PM IST

ETV Bharat / business

ବିଦ୍ୟୁତ ସେକ୍ଟରର ପ୍ରାୟ 1000 କର୍ମଚାରୀଙ୍କ ଜୀବନ ନେଲାଣି କୋଭିଡ

ଦେଶରେ କୋଭିଡ-19 ମାମଲା ଅଦ୍ଭୁଦପୂର୍ବ ଭାବେ ବଢିବା ସହ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ପ୍ରାୟ 1000 କର୍ମଚାରୀ ଏହି ରୋଗରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ..

ବିଦ୍ୟୁତ ସେକ୍ଟରର ପ୍ରାୟ 1000 କର୍ମଚାରୀଙ୍କ ଜୀବନ ନେଲାଣି କୋଭିଡ
ବିଦ୍ୟୁତ ସେକ୍ଟରର ପ୍ରାୟ 1000 କର୍ମଚାରୀଙ୍କ ଜୀବନ ନେଲାଣି କୋଭିଡ

ନୂଆଦିଲ୍ଲୀ: ବିଦ୍ୟୁତ ସେକ୍ଟରର ପ୍ରାୟ 15,000 ରୁ ଉର୍ଦ୍ଧ୍ବ କର୍ମଚାରୀ କୋରୋନାରେ ସଂକ୍ରମିତ । ଆଉ ପ୍ରାୟ 1,000 କର୍ମଚାରୀଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭୂତାଣୁ । ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେଶନ (AIPEF) ଶୁକ୍ରବାର ଏ ନେଇ କହିଛି ।

ମହାରାଷ୍ଟ୍ରରରେ ବିଦ୍ୟୁତ କ୍ଷେତ୍ରର ପ୍ରାୟ 7,100 କର୍ମଚାରୀ କୋଭିଡ-19ରେ ସଂକ୍ରମିତ । ଆଉ ପ୍ରାୟ 210 ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଉତ୍ତରପ୍ରଦେଶରେ ଏହି ସଂଖ୍ୟା କ୍ରମଶଃ 4,000 ଓ 140 ରହିଛି ।

ସଙ୍ଗଠନର ପ୍ରବକ୍ତା ଭି କେ ଗୁପ୍ତା ଏକ ବିବୃତ୍ତିରେ କହିଛି କି, ‘‘ ଦେଶରେ କୋଭିଡ-19 ମାମଲା ଅଦ୍ଭୁଦପୂର୍ବ ଭାବେ ବଢିବା ସହ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ପ୍ରାୟ 1000 କର୍ମଚାରୀ ଏହି ରୋଗରେ ପ୍ରାଣ ହରାଇଛନ୍ତି । ଯେତେବେଳେ କି 15,000 ରୁ ଉର୍ଦ୍ଧ୍ବ କର୍ମଚାରୀ ସଂକ୍ରମିତ । ’’

ମୃତକଙ୍କ ତାଲିକାରେ ତିନିଜଣ ମୁଖ୍ୟ ଇଞ୍ଜିନିୟର (ଉତ୍ତରପ୍ରଦେଶର ଦୁଇଜଣ ଏବଂ ହରିୟାଣାର ଜଣେ) ଏବଂ ଉତ୍ତରପ୍ରଦେଶର ନଅ ଜଣ ଅଧୀକ୍ଷକ ଇଞ୍ଜିନିୟରଙ୍କ ସମେତ ଦୁଇ ଡଜନରୁ ଅଧିକ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଅଛନ୍ତି । ହରିୟାଣାରେ 20 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ 900 କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ପଞ୍ଜାବରେ ଏହି ସଂଖ୍ୟା ଯଥାକ୍ରମେ 20 ଏବଂ 700 ରହିଛି ।

AIPEF ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂ ଚିଠି ଲେଖି ସମସ୍ତ ରାଜ୍ୟକୁ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଟୀକାକରଣ ଶିବିର ଆୟୋଜନ କରିବାକୁ ଏବଂ ଆଗଧାଡ଼ିର କର୍ମୀ ଭାବରେ ବିବେଚନା କରିବାକୁ ଅନୁରୋଧ କରିଛି । ଏପରିକି AIPEF ରାଜ୍ୟ ସରକାରଙ୍କୁ ମଧ୍ୟ ଏ ନେଇ ସିଧାସଫଳ ଅପିଲ କରିଛି ।

କୋଭିଡ -19 ରେ ପ୍ରାଣ ହରାଇଥିବା ପ୍ରତ୍ୟେକ କର୍ମଚାରୀଙ୍କ ପରିବାର ପାଇଁ 50 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମଧ୍ୟ ଦାବି କରିଛି ସଙ୍ଗଠନ ।

ABOUT THE AUTHOR

...view details