ଓଡିଶା

odisha

ETV Bharat / business

ଏବର୍ଷ ଓଡିଶାକୁ ଦରକାର 1,10,735 କୋଟି ଋଣ - ଓଡିଶାର ଋଣ

2021-22 ପାଇଁ ଓଡିଶାର ମୋଟ ଋଣ ଆବଶ୍ୟକତା 1,10,735 କୋଟି ଟଙ୍କା ରହିଛି । ନାବାର୍ଡା ଏ ନେଇ ଅନୁମାନ ପ୍ରକାଶ କରିଛି । ଅଧିକ ପଢନ୍ତୁ..

ଏ ବର୍ଷ ଓଡିଶାକୁ ଦରକାର 1,10,735 କୋଟି ଋଣ
ଏ ବର୍ଷ ଓଡିଶାକୁ ଦରକାର 1,10,735 କୋଟି ଋଣ

By

Published : Jan 26, 2021, 7:21 PM IST

ଭୁବନେଶ୍ବର: ଆର୍ଥିକ ବର୍ଷ 2021-22 ପାଇଁ ଓଡିଶାର ମୋଟ ଋଣ ଆବଶ୍ୟକତା 1,10,735 କୋଟି ଟଙ୍କା ରହିଛି । ଏଥିରେ ସର୍ବାଧିକ ଗୁରୁତ୍ବ ଫସଲ ବିବିଧକରଣ, ପଶୁପାଳନ ଏବଂ ମସ୍ୟ ଶିଳ୍ପକୁ ଦେବାକୁ ପଡିବ ବୋଲି ନାବାର୍ଡ ଆକଳନ କରିଛି ।

ଏହା ବାଦ ସ୍ବଂୟ ସହାୟକ ଗୋଷ୍ଠୀଙ୍କ ପାଇଁ ମଧ୍ୟ ଅଧିକ ଋଣ ଜରୁରୀ ବୋଲି ନାବାର୍ଡର ଷ୍ଟେଟ ଫୋକସ ପେପରରେ ଆକଳନ କରାଯାଇଛି । ସୋମବାର ଆୟୋଜିତ ରାଜ୍ୟ କ୍ରେଡିଟ ସେମିନାର 2021-22 ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଷ୍ଟେଟ ଫୋକସ ପେପର ଲଞ୍ଚ କରିଛନ୍ତି । ଏହି ଅବସରରେ ସେ 2021-22 ପାଇଁ ରାଜ୍ୟ ଋଣ ଗୋଷ୍ଠୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

ନାବାର୍ଡ ସିଜିଏମ ସି. ଉଦୟଭାଷ୍କର କହିଛନ୍ତି ଯେ, ଓଡିଶା ପାଇଁ 2021-22 ମଧ୍ୟରେ ମୋଟ ଋଣ ଅନୁମାନ 1,10,735 କୋଟି ଟଙ୍କା ରହିଛି । ଯାହା ରାଜ୍ୟର ସମସ୍ତ କୃଷି-ଜଳବାୟୁ କ୍ଷେତ୍ରର ସମ୍ଭାବିତ ଆକଳନ ଉପରେ ଆଧାରିତ । ସେ ଯୋଜନା ଅଧିନରେ ଋଣ ବୃଦ୍ଧି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର , ବ୍ୟାଙ୍କ ଓ ଅନ୍ୟ ହିତାଧାରକଙ୍କ ସହଯୋଗ ଅପିଲ କରିଛନ୍ତି ।

ରାଜ୍ୟର ଅଗ୍ରାଧିକାର କ୍ଷେତ୍ର ଲାଗି ଆବଶ୍ୟକୀୟ ଋଣ ଆକଳନ ରାଶିକୁ 22.5 ପ୍ରତିଶତ ବଢାଇଛି ନାବାର୍ଡା । ବିଭିନ୍ନ କ୍ଷେତ୍ରର ଗୁରୁତ୍ବକୁ ବୁଝି ନାବାର୍ଡ ଏଭଳି ନିଷ୍ପତ୍ତି ନେଇଛି । 2021-22ରେ କୃଷି କ୍ଷେତ୍ର ପାଇଁ 46,460.40 କୋଟି ଟଙ୍କାର ଋଣ ଆବଶ୍ୟକ , ଯାହାକି 2020-21 ତୁଳନାରେ 7.34 ପ୍ରତିଶତ ଅଧିକ ।

ଏମଏସଏମଇ କ୍ଷେତ୍ର ପାଇଁ 41867.10 କୋଟି ଟଙ୍କାର ଋଣ ଆକଳନ କରାଯାଇଛି । 2020-21 ତୁଳନାରେ ଏହା 37.46 ପ୍ରତିଶତ ଅଧିକ । ସେହିଭଳି ସ୍ବଂୟ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ଆବଶ୍ୟକତା 6295.77 କୋଟି ଟଙ୍କା ହିସାବ କରାଯାଇଛି ।

ABOUT THE AUTHOR

...view details