ଓଡିଶା

odisha

ETV Bharat / business

ବିଜନେସ 2019: ମାଲାମାଲ ମ୍ୟୁଚାଲ ଫଣ୍ଡ ଉଦ୍ୟୋଗ, ମିଳିଛି 4 ଲକ୍ଷ କୋଟି - Mutual Funds added over Rs 4 lakh crore

ଋଣ ଆଧାରିତ ଯୋଜନାରେ ଭାରୀ ନିବେଶ ଯୋଗୁଁ 2019 ମ୍ୟୁଚାଲ ଫଣ୍ଡ ଉଦ୍ୟୋଗ ପାଇଁ ଏକ ଭଲ ବର୍ଷ ପ୍ରମାଣିତ ହୋଇଛି । ଦେଖନ୍ତୁ କଣ ରହିଛି ଉପଲବ୍ଧି...

Mutual Funds added over Rs 4 lakh crore
ମାଲାମାଲ ମ୍ୟୁଚାଲ ଫଣ୍ଡ ଉଦ୍ୟୋଗ, ମିଳିଛି 4 ଲକ୍ଷ କୋଟି

By

Published : Dec 27, 2019, 11:40 PM IST

ନୂଆଦିଲ୍ଲୀ: ସରିଆସୁଛି 2019 । ଚଳିତବର୍ଷ ଅର୍ଥନୀତି ପାଇଁ ଏତେଟା ଶୁଭଦାୟକ ହୋଇନଥିଲେ ମଧ୍ୟ ବ୍ୟବସାୟର କିଛି ଦିଗରୁ ଭଲ ରେସପନ୍ସ ମିଳିଛି । ଚଳିତ ବର୍ଷ ଜବରଦସ୍ତ ଅଭିବୃଦ୍ଧି ସହ ମ୍ୟୁଚାଲ ଫଣ୍ଡ କମ୍ପାନୀ ନିଜ ସମ୍ପତ୍ତି ପରିସରକୁ 4 ଲକ୍ଷ କୋଟି ଟଙ୍କା ବଢାଇଛି ।

ଉଦ୍ୟୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସିକ୍ୟୁରିଟିଜ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବି) ଦ୍ବାରା ନିବେଶକଙ୍କ ଭରସା କାଏମ ପାଇଁ ନିଆଯାଇଥିବା ପଦକ୍ଷେପ ତଥା ଋଣ ଯୋଜନାକୁ ସୁଦୃଢ ପ୍ରଣାଳୀ ଯୋଗୁଁ ମ୍ୟୁଚାଲ ଫଣ୍ଡ ଉଦ୍ୟୋଗର ଏଭଳି ଅଭିବୃଦ୍ଧି ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

ଋଣ ଆଧାରିତ ଯୋଜନାରେ ଭାରୀ ନିବେଶ ଯୋଗୁଁ 2019 ମ୍ୟୁଚାଲ ଫଣ୍ଡ ଉଦ୍ୟୋଗ ପାଇଁ ଏକ ଭଲ ବର୍ଷ ପ୍ରମାଣିତ ହୋଇଛି ।

ଆସୋସିଏସନ ଅଫ ମ୍ୟୁଚାଲ ପଣ୍ଡସ ଇନ ଇଣ୍ଡିଆ(ଏମ୍ଫି)ର ମୁଖ୍ୟ କାର୍ଯ୍ୟଧିକାରୀ ଏନ.ଏସ ଭେଙ୍କେଟଶ କହିଛନ୍ତି ଯେ, 2020ରେ ଏହି ଉଦ୍ୟୋଗ 17ରୁ 18 ପ୍ରତିଶତ ଦରରେ ବୃଦ୍ଧି ହେବ । ସେୟାର ବଜାରରେ ସୁଧାର ନେଇ ଆଶା ମଧ୍ୟରେ ଇକ୍ୟୁଟି କୋଷରେ ନିବେଶ ପ୍ରବାହ ସୁଧୁରିବ ।

ଏମ୍ଫି ଗଣନା ଅନୁସାରେ ମ୍ୟୁଚାଲ ପଣ୍ଡ କମ୍ପାନୀର ମ୍ୟାନେଜମେଣ୍ଟ ଅଧିନରେ ଏୟୁଏମ( ସମ୍ପତ୍ତି) 2019ରେ 18 ପ୍ରତିଶତ ଅର୍ଥାତ 4.2 ଲକ୍ଷ କୋଟି ଟଙ୍କା ବଢି ନଭେମ୍ବର ଶେଷ ସୁଦ୍ଧା 27 ଲକ୍ଷ କୋଟିରେ ପହଞ୍ଚିଛି । ଯାହାକି ଏହାର ସର୍ବକାଳୀନ ରେକର୍ଡ ।

2018 ଡିସେମ୍ବର ଶେଷ ସୁଦ୍ଧା ମ୍ୟୁଚାଲ ଫଣ୍ଡ କମ୍ପାନୀର ଏୟୁଏମ 22.86 ଲକ୍ଷ କୋଟି ଟଙ୍କା ଥିଲା । 2019ରେ ଲଗାତାର 7 ଥର ଧରି ଏହି ଉଦ୍ୟୋଗରେ ଏୟୁଏମ ବଢିଚାଲିଛି । 2019 ନଭେମ୍ବର ସୁଦ୍ଧା ଏହାର ସମ୍ପତ୍ତି 27 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା । ଯେତେବେଳେ କି 2009 ନଭେମ୍ବରରେ ଏହା ମାତ୍ର 8.22 ଲକ୍ଷ କୋଟି ଟଙ୍କା ଥିଲା ।

ଚଳିତ ବର୍ଷ ଇକ୍ୟୁଟି ସମ୍ବନ୍ଧିତ ଯୋଜନାରେ ନିବେଶର ପ୍ରବାହ 70,000 କୋଟି ଟଙ୍କା ରହିଛି । ଯାହା ପୂର୍ବ ବର୍ଷ 1.3 ଲକ୍ଷ କୋଟି ଟଙ୍କା ତୁଳନାରେ ବହୁତ କମ । ନଭେମ୍ବରରେ ଏହି ସବୁ ଯୋଜନାରେ ନିବେଶ 41 ମାସରେ ସର୍ବନିମ୍ନ (1,312 କୋଟି ଟଙ୍କା) ସ୍ତରକୁ ଛୁଇଁଛି ।

ABOUT THE AUTHOR

...view details