ଓଡିଶା

odisha

ETV Bharat / business

ପୁଣି ଫେରିବ ଟିକ୍‌ଟକ୍‌ ! ମୁକେଶ ଅମ୍ବାନୀଙ୍କ କମ୍ପାନୀ କିଣିବ ସେୟାର

ଆମେରିକାରେ ବାଇଟ ଡାନ୍ସ ସଂଘର୍ଷ ଜାରି ରଖିଥିବା ବେଳେ ଗୁରୁବାର ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ, ସର୍ଟ-ଭିଡିଓ ତିଆରି ଆପ୍ ଟିକଟକ ମାଲିକାନା ରଖିଥିବା ଏହି ଚାଇନା କମ୍ପାନୀ ଏହାର କାର୍ଯ୍ୟକଳାପକୁ ନେଇ ଅନିଶ୍ଚିତତା ମଧ୍ୟରେ ରିଲାଏନ୍ସ ଜିଓକୁ ସେୟାର ବିକ୍ରି କରିପାରେ। ଅଧିକ ପଢନ୍ତୁ..

By

Published : Aug 13, 2020, 3:22 PM IST

ଟିକଟକରେ ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
ଟିକଟକରେ ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସର୍ଟ ଭିଡିଓ ଆପ ଟିକ୍‌ ଟକ୍‌ରେ ନିବେଶ କରିପାରେ । ମିଳିଥିବା ତଥ୍ୟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଚୀନ କମ୍ପାନୀ ବାଇଟ ଡାନ୍ସ ମଧ୍ୟରେ ଏବେ ପ୍ରାରମ୍ଭିକ କଥାବାର୍ତ୍ତା ଚାଲିଛି ।

Tech Crunch ରିପୋର୍ଟ ଅନୁସାରେ ଉଭୟ କମ୍ପାନୀ ଜୁଲାଇ ଶେଷରୁ କଥାବାର୍ତ୍ତା ଆରମ୍ଭ କରିଥିଲେ । ତେବେ ଏବେ ସୁଦ୍ଧା କୌଣସି ବୁଝାମଣା -ଚୁକ୍ତି ହୋଇନାହିଁ ।

ପ୍ରକାଶ ଯେ, ବାଇଟଡ୍ୟାନ୍ସ ଟିକଟକକୁ 2017 ରେ ଲଞ୍ଚ କରିଥିଲା । ଏହା ପରେ କମ୍ପାନୀ ଭିଡିଓ ମ୍ୟୁଜିକାଲକୁ କିଣିବା ପରେ ଉଭୟକୁ ମିଶାଇ ନୂଆ ରୂପରେ ଆଣିଥିଲା ।

ଟିକଟକ ଭାରତ, ଆମେରିକା ଓ ୟୁରୋପରେ ବହୁତ ଲୋକପ୍ରିୟ ହୋଇଥିଲା । ଭାରତରେ 61.1 କୋଟି ଥର ଏହାକୁ ଡାଉନଲୋଡ କରାଯାଇଥିଲା । ଏଥିସହ ଏହି ଆପ ଫେସବୁକ ଓ ସ୍ନାପଚାଟକୁ ମଧ୍ୟ ଟକ୍କର ଦେଉଥିଲା । ପ୍ରତିବନ୍ଧକ ପୂର୍ବରୁ ଟିକଟକ ଭାରତରେ ସବୁଠୁ ଅଧିକ ବ୍ୟବହୃତ ସ୍ପେଶାଲ ଆପ ମଧ୍ୟରୁ ଗୋଟିଏ ଥିଲା ।

ଭାରତରେ ଟିକଟକ ବିଜନେସର ମୂଲ୍ୟ 3 ବିଲିୟନ ଡଲାରରୁ ଅଧିକ ରହିଛି ।

ଅନ୍ୟ କମ୍ପାନୀ ମଧ୍ୟ ଟିକଟକରେ ରୁଚି ଦେଖାଇଛନ୍ତି

ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟିକଟକ ସହ ଚୁକ୍ତି ପାଇଁ ଇଚ୍ଛା ଦର୍ଶାଇଛି । ଏହା ପୂର୍ବରୁ ଟେକ୍ନୋଲୋଜି କ୍ଷେତ୍ରର ଦିଗ୍ଗଜୟ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ ଟିକଟକ ପ୍ୟାରେଣ୍ଟ କମ୍ପାନୀ ବାଇଟ ଡ୍ୟାନ୍ସୁ କିଣିବା ପାଇଁ ବୁଝାମଣା କରୁଛି । ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏହାର କ୍ରୟ ସମ୍ପର୍କରେ ସୁରକ୍ଷା ଏବଂ ସେନ୍ସରସିପ ନେଇ ଆଲୋଚନା କରିଛନ୍ତି ।

ABOUT THE AUTHOR

...view details