ନୂଆଦିଲ୍ଲୀ: ଏସିଆର ସର୍ବବୃହତ୍ତ ଧନୀ ଖିତାବରୁ ହାତ ଧୋଇବସିଲେ ଭାରତୀୟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ସୋମବାର ସେୟାର ବଜାରରେ ଐତିହାସିକ ହ୍ରାସ ପରେ ସବୁଠୁ ବଡ କୁବେର ମୁକୁଟ ହରେଇଛନ୍ତି ମୁକେଶ । ମୁକେଶଙ୍କୁ ମାତ ଦେଇ ଏବେ ଅଲିବାବା ଗ୍ରୁପ ହୋଲ୍ଡିଙ୍ଗ ଲିମିଟେଡ ସଂସ୍ଥାପକ ଜେକ ମା ଏସିଆର ବଡ ଧନୀ ଭାବେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ।
ମୁକେଶଙ୍କ ମୁଣ୍ଡରୁ ଖସିଲା ମୁକୁଟ - Asia wealth crown
କୁବେର ଲିଷ୍ଟର ପ୍ରଥମ ପାହାଚରୁ ଖସିଲେ ମୁକେଶ ଅମ୍ବାନୀ । ସୋମବାର ସେୟାର ବଜାରରେ ଭାରୀ ହ୍ରାସ ଯୋଗୁଁ ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ପ୍ରବଳ କ୍ଷତି ସହିବାକୁ ପଡିଛି । ଫଳରେ ମୁକେଶ ସମ୍ପତ୍ତି ପରିମାଣ କମିଛି ।
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଶସ୍ତା ପରେ ସେୟାର ବଜାରରେ ନିବେଶକଙ୍କୁ ଭାରୀ କ୍ଷତି ସହିବାକୁ ପଡିଛି । ଏପରିକି ସର୍ବଦା ପ୍ରଫିଟ ସହ ଆଗୁଆ ରହୁଥିବା ରିଲାୟନ୍ସ ଇଣ୍ଡଷ୍ଟ୍ରି ସେୟାର ମଧ୍ୟ ମାତ୍ରାଧିକ ହ୍ରାସ ପାଇଛି । ଯାହାକି 12 ବର୍ଷର ସର୍ବନିମ୍ନ । ଏଥିଯୋଗୁଁ ମୁକେଶଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ 5.8 ଅରବ ଡଲାର ପର୍ଯ୍ୟନ୍ତ କମିଛି । ଯେଉଁଥିପାଇଁ କୁବେର ଲିଷ୍ଟର ପ୍ରଥମ ପାହାଚରୁ ଖସି ଦ୍ବିତୀୟରେ ପହଞ୍ଚିଛି ମୁକେଶ ଅମ୍ବାନୀ । ଏବେ ଜେକ ମା ଏସିଆର ସବୁଠୁ ବଡ ଧନକୁବେର ହୋଇଗଲେ । ତାଙ୍କର ନିଟ ସମ୍ପତ୍ତି 44.5 ଅରବ ଡଲାର ରହିଛି । ଯାହାକି ମୁକେଶଙ୍କ ସମ୍ପତ୍ତି ଠାରୁ 2.6 ପ୍ରତିଶତ ଅଧିକ ।
ତାଙ୍କ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀକୁ ୧୨ ବର୍ଷରେ ସବୁଠାରୁ ବଡ କ୍ଷତି ସହିଛି। କମ୍ପାନୀର ସେୟାରରେ ୧୨.୩୫ ପ୍ରତିଶତ ହ୍ରାସ ଘଟିଛି। ଅକ୍ଟୋବର ୨୦୦୮ ପରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି ବୋଲି କୁହାଯାଉଛି। ଏଥିରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ମାର୍କେଟ୍ ଲିମିଟ ୭.୦୫ ଲକ୍ଷ କୋଟି ହୋଇଯାଇଛି। ସେହିପରି କମ୍ପାନୀର ନିବେଶକଙ୍କ ସେୟାର ଭାଲ୍ୟୁ ସୋମବାର ୧.୦୮ ଲକ୍ଷ କୋଟି ଟଙ୍କା କମିଯାଇଛି। ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।