ନୂଆଦିଲ୍ଲୀ: ଦୁନିଆର ପଞ୍ଚମ ବୃହତ୍ତମ ଧନୀ ଖିତାବ ହାତେଇଲେ ମୁକେଶ ଅମ୍ବାନୀ । 8 ଦିନ ଭିତରେ ତାଙ୍କ ସମ୍ପତ୍ତି 2.6 ଅରବ ଡଲାର ବୃଦ୍ଧି ହୋଇଛି । ଏଥିସହ ତାଙ୍କର ମୋଟ ସମ୍ପତ୍ତି 74.4 ଅରବ ଡଲାର ହୋଇଛି । ବଡ କଥା ହେଉଛି ୱାରେୱ ବଫେଟଙ୍କୁ ପଛରେ ପକାଇ ଫୋବର୍ସର ବିଲିୟନେୟାର ସୂଚୀରେ ସେ ଟପ 5 ରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରର ଜବଦସ୍ତ ବୃଦ୍ଧି ହୋଇଥିବା କମ୍ପନୀର ଆୟ ବୃଦ୍ଧି ପାଇଛି । ଏଥିସହ ବିଭିନ୍ନ ବିଦେଶୀ ନିବେଶ ସହ କମ୍ପାନୀ ସମ୍ପୁର୍ଣ୍ଣ ଋଣ ମୁକ୍ତ ହୋଇଛି । ଏଥିଯୋଗୁଁ କମ୍ପାନୀର ବଜାର ପୁଞ୍ଜିକରଣ ମଧ୍ୟ ରେକର୍ଡ ପରେ ରେକର୍ଡ କରିଚାଲିଛି ।