ନୂଆଦିଲ୍ଲୀ: ଏସିଆର ନମ୍ବର ୱାନ ଧନୀ ମୁକେଶ ଅମ୍ବାନୀ ଏବେ ବିଶ୍ବର ଚତୁର୍ଥ ଧନୀ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନାରୀ ସୂଚୀରେ ଏନେଇ ପ୍ରକାଶ କରାଯାଇଛି । ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ 80.2 ବିଲିୟନ ଡଲାର ଅର୍ଥାତ 6.04 ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।
ରିଲାଏନ୍ସ ଇଣ୍ଡଷ୍ଚ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଏ ବର୍ଷ 22 ବିଲିୟନ ଡଲାର ବୃଦ୍ଧି ହୋଇଛି । କୋରୋନା ମାହାମାରୀ ମଧ୍ୟରେ ତାଙ୍କ କମ୍ପାନୀ ଜିଓ ପ୍ଲାର୍ଟଫର୍ମର ବିନିବେଶ ପ୍ରକ୍ରିୟା ଆରମ୍ଭ ଯୋଗୁଁ 1.5 ଲକ୍ଷ କୋଟିରୁ ଅଧିକ ଫଣ୍ଡ ସେ ଏକଜୁଟ କରିବାରେ ସକ୍ଷମ ହୋଇଛନ୍ତି । ଏଥିସହ ଆରଆଇଏଲର ବଜାର ପୁଞ୍ଜିକରଣ ପରିମାଣ ମଧ୍ୟ ବଢିଚାଲିଛି ।