ଓଡିଶା

odisha

ETV Bharat / business

ସୁଧୁରୁଛି ଏମଟିଏନଏଲ ସ୍ଥିତି, କର୍ମଚାରୀଙ୍କୁ ମିଳିଲା ବକେୟା ଦରମା - mtnl paid salary

ଭିଆରଏସ ଯୋଜନା ପରେ ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ଏମଟିଏନଏଲ କର୍ମଚାରୀଙ୍କୁ ମିଳିଛି ବକେୟା ଦରମା । ଏଥିସହ କମ୍ପାନୀ ତାର ଋଣ ବୋଝ କମାଇବାକୁ ଚେଷ୍ଟା କରୁଛି । ଅଧିକ ପଢନ୍ତୁ...

mtnl paid march salary now focus on resolving debt issue
ସୁଧୁରୁଛି ଏମଟିଏନଏଲ ସ୍ଥିତି

By

Published : Apr 7, 2020, 11:34 PM IST

ନୂଆଦିଲ୍ଲୀ: ସଙ୍କଟଗ୍ରସ୍ତ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଏମଟିଏନଏଲ କର୍ମଚାରୀଙ୍କୁ ଆଶ୍ବସ୍ତି । ଦୀର୍ଘ ଦିନ ଧରି ବାକି ରହିଥିବା ଦରମା ଦେଲା କମ୍ପାନୀ । ଏବେ କମ୍ପାନୀ ତାର ଋଣ ବୋଝ ହାଲୁକା କରିବାକୁ ଲାଗିପଡିଛି । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ମଧ୍ୟ ତାର କର୍ମଚାରୀଙ୍କୁ ଫେବୃଆରୀ ମାସ ପର୍ଯ୍ୟନ୍ତର ଦରମା ଦେଇସାରିଛି । ଏବେ ମାର୍ଚ୍ଚ ମାସରେ ଦରମା ଦେବ । ସ୍ବେଚ୍ଛାକୃତ ଅବସର ଯୋଜନା ପରେ ଏମଟିଏନଏଲର ବେତନ ବୋଝ ପ୍ରାୟ 60 ପ୍ରତିଶତ ହ୍ରାସ ପାଇଛି । କମ୍ପାନୀ 14,378 କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ବା ଭିଆରଏସ ଦେଇଛି ।

ବର୍ତ୍ତମାନ ସମୟରେ ଦିଲ୍ଲୀ ଓ ମୁମ୍ବାଇରେ କମ୍ପାନୀ କର୍ମଚାରୀ ସଂଖ୍ୟା 4,000 ରହିଛି । ଏମଟିଏନଏଲର ମାର୍ଚ୍ଚ ମାସରେ ରାଜସ୍ବ ସଂଗ୍ରହ 190 କୋଟି ଟଙ୍କା ରହିଛି । ଯେଉଁଥିରୁ 30 କୋଟି ଟଙ୍କା ବେତନ ବାବଦରେ ଦିଆଯାଇଛି ବୋଲି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର କହିଛନ୍ତି ।

ସୂଚନା ଅନୁସାରେ ଏମଟିଏନଏଲ ଉପରେ 20 ହଜାର କୋଟିର ଋଣ ଭାର ରହିଛି ।

ABOUT THE AUTHOR

...view details