ହାଇଦ୍ରାବାଦ: ଅର୍ଥବ୍ୟବସ୍ଥାକୁ ବିକାଶିତ କରିବା ପାଇଁ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ( ଏମଏସଏମଇ)ର ଯୋଗଦାନ ଗୁରୁତ୍ବପୂର୍ଣ୍ଣ ରହିଥାଏ । ଏହା ଏକ ବିକାଶଶୀଳ ଅର୍ଥନୀତିର ମେରୁଦଣ୍ଡ । ଲୋକଙ୍କୁ ରୋଜଗାରକ୍ଷମ କରିବା କ୍ଷେତ୍ରରେ ଏହି ସେକ୍ଟର ପ୍ରମୁଖ ଭୂମିକା ନିଭାଇଥାଏ । ସେହିଭଳି ମୋଟ ଘରୋଇ ଉତ୍ପାଦ(ଜିଡିପି) ଓ ରପ୍ତାନୀରେ ମଧ୍ୟରେ ଏହାର ଭାଗୀଦାରୀ ଅଧିକ ରହିଥାଏ ।
ଭାରତ ଭଳି ଜନବହୁଳ ଦେଶର ସିଂହଭାଗ ଜୀବିକା ଏମଏସଏମଇ ସେକ୍ଟର ଉପରେ ନିର୍ଭରଶୀଳ । ଏହି କ୍ଷେତ୍ରରେ ଲକ୍ଷାଧିକ କୁଶଳ, ଅର୍ଦ୍ଧ-କୁଶଳ / ଅଣକୁଶଳଙ୍କୁ ନିଯୁକ୍ତି ମିଳିଥାଏ । ଦେଶ ଅଭିବୃଦ୍ଧିରେ ଏମଏସଏମଇର ଭୂମିକାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ମେଗା ପ୍ୟାକେଜ ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ସେକ୍ଟରକୁ 6 ରିଲିଫ ଡୋଜ ଦିଆଯାଇଛି ।
ଭାରତର ମୋଟ ଘରୋଇ ଉତ୍ପାଦରେ ଏମଏସଏମଇ ସେକ୍ଟରର ଯୋଗଦାନ
ଆର୍ଥିକ ବର୍ଷ | ଜିଡିପିରେ ଏମଏସଏମଇର ଭାଗିଦାରୀ |
2016-17 | 29.30% |
2017-18 | 29.70% |
2018-19 | 30.30% |
ଏମଏସଏମଇ ସେକ୍ଟରର ସମସ୍ୟା
- ଭାରତ 2014ରେ ବିଶ୍ବ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ଇଣ୍ଡେକ୍ସରେ 2014ରେ 142 ନମ୍ବରରୁ ଉପରକୁ ଉଠି 2020ରେ 63 ନମ୍ବରରେ ପହଞ୍ଚିଲାଣି । ତଥାପି ବି ଏମଏସଏମଇ ଉଦ୍ୟୋଗର ଦୁର୍ଦ୍ଦଶା କମିନି ।
- ବିମୁଦ୍ରିକରଣ ସଂଘର୍ଷ ଓ ଜିଏସଟି ସଂସ୍କାର ମଧ୍ୟରେ ଚାପି ହୋଇଯାଇଥିବା ଏହି ସେକ୍ଟର ପୁଣି ଅଣ୍ଟା ସଳଖି ଆସୁଥିଲା ବେଳେ ଏବେ କୋରୋନା ଭାଇରସ ଓ ଲକଡାଉନ ମାଡରେ ଏହା ଅଣନିଶ୍ବାସୀ ହୋଇପଡିଛି ।
- କୋରୋନା କାଳରେ ସବୁଠୁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ଆର୍ଥିକ ଉତ୍ସ । ଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ନିଜ କାରବାର ବଞ୍ଚାଇବାକୁ ବହୁତ ସଂଘର୍ଷ କରିବାକୁ ପଡୁଛି । କାରଣ ନଗଦ ପ୍ରବାହ ଜାରି ରହିଲେ କାରବାର ସୁଗମ ହେବା ସମ୍ଭବ ।
- ଏପଟେ ଲକଡାଉନ ମଧ୍ୟରେ ଏମଏସଏମଇ ସେକ୍ଟର ସେମାନଙ୍କ ଦ୍ରବ୍ୟ ଓ ସେମାବାର ଉତ୍ପାଦନ ଓ ବିକ୍ରି କରିପାରୁନାହାନ୍ତି । ବ୍ୟବସାୟ ବନ୍ଦ ରହିଛି । ଆୟ ନାହିଁ । ଫଳରେ ଅନେକ ନିଜ ମାସିକ ଖର୍ଚ୍ଚ ତୁଲାଇବା ଓ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି ।
- ଅଧିକାଂଶ ଏମଏସଏମଇ କୌଣସି ବି ସ୍ଥାନରେ ପଞ୍ଜିକୃତ ନୁହନ୍ତି । ଆଉ ଏହାର ମୁଖ୍ୟ ଓ ବଡ କାରଣ ହେଉଛି ସେମାନେ ବହୁତ କ୍ଷୁଦ୍ର ।
- ଏପରିକି ଜିଏସଟିର ଏକ ନିଜସ୍ବ ସୀମା ରହିଛି । ଆଉ ଅଧିକାଂଶ ମାଇକ୍ରୋ ଉଦ୍ୟୋଗ ଏଥିପାଇଁ ଯୋଗ୍ୟ ହୋଇପାରୁନାହାନ୍ତି । ଏଭଳି ଔପଚାରିକ ନେଟୱର୍କୁ ବାହାର ହେବା ଯୋଗୁଁ ସେମାନଙ୍କ ଆକାଉଣ୍ଟକୁ ଅପଡେଟ କରିବା, କର ପରିଶୋଧ କିମ୍ବା ନିୟାମକ ମାନଦଣ୍ଡର ପାଳନ କରିବା ଆବଶ୍ୟକତା ପଡୁନି ।
- ଏହା ଦ୍ବାରା ସେମାନଙ୍କ ଖର୍ଚ୍ଚ ହ୍ରାସ ହେଉଛି । ହେଲେ ଯେହେତୁ ବର୍ତ୍ତମାନଙ୍କ ସଙ୍କଟର ସମୟ । ଏଣୁ ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି।
- ଏଭଳି ସମୟରେ ଜରୁରୀ ଆବଶ୍ୟକତା ପାଇଁ କେତେକ ବିକଶିତ ଦେଶରେ ସରକାର କ୍ଷୁଦ୍ର କମ୍ପାନୀଙ୍କୁ ସିଧା ଶ୍ରମ ସବସିଡ ଏବଂ ଅତିରିକ୍ତ ଋଣ ଦେବା ପାଇଁ ଚେଷ୍ଠା କରୁଛନ୍ତି । ତେବେ ଏହା ସମ୍ଭବ ହୋଇପାରୁଛି କାରଣ ଅତି କ୍ଷୁଦ୍ର ଫାର୍ମ ମଧ୍ୟ ମ୍ୟାପ ଅର୍ଥାତ ପଞ୍ଜିକୃତ ଅଛନ୍ତି ।
- ବର୍ତ୍ତମାନ ପୁନଃଆରମ୍ଭ ପାଇଁ ଏକ ବଡ଼ ପ୍ରତିବନ୍ଧକ ହେଉଛି ଶ୍ରମ ଉପଲବ୍ଧତାର ଅଭାବ । କୋରୋନା କଟକଣା ଯୋଗୁଁ କାମଧନ୍ଦା ନଥିବାରୁ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି । ଫଳରେ ପ୍ଲାଣ୍ଟ, କାରଖାନାରେ ଶ୍ରମ ଶକ୍ତି କମ ହୋଇପଡିଛି ।
- ମାର୍ଚ୍ଚ 25ରୁ ଦେଶ ବ୍ୟାପୀ ଜାରି ରହିଥିବା ଏହି ଲକଡାଉନ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି କରୁଛି , କଣ ଏହି କ୍ଷୁଦ୍ର ଫାର୍ମାଗୁଡିକ ପୁଣି ଏହି ସଙ୍କଟରୁ ମୁକୁଳିପାରିବେ । କାରଣ ଏହାର ମୁକାବିଲା ପାଇଁ ପାଖରେ ପର୍ଯ୍ୟାପ୍ତ ନଗଦ ନାହିଁ ।
ଭାରତରେ ଏମଏସଏମଇରେ ବାଧା ସୃଷ୍ଟି କରୁଥିବା ଅନ୍ୟ ସମସ୍ୟା
- ଏମଏସଏମଇ ମୁଖ୍ୟତଃ ଶାରିରୀକ ଭିତ୍ତିଭୂମି (physical infrastructure)ଅଭାବ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହେଉଛି ।
- ପୁଞ୍ଜିର ଅଭାବ
- ଅଧିକାଂଶ MSME ପାଣ୍ଠି ଅଣ ଔପଚାରିକ ଉତ୍ସରୁ ଆସିଥାଏ ଏବଂ ଏହି ତଥ୍ୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
- ସୁଲଭ ସୁଧ ହାରରେ ପର୍ଯ୍ୟାପ୍ତ ଋଣ ମିଳିବାରେ ସମସ୍ୟା
- ଉତ୍ପାଦନର ମାର୍କେଟିଂ
- ପୁରୁଣା ଟେକ୍ନୋଲୋଜି
- ଦକ୍ଷ କୁଶଳୀ ଶ୍ରମ ବଳର ଅଭାବ
- ଋତୁକାଳୀନ ଶ୍ରମିକ ଦ୍ବାରା ମଧ୍ୟ ରୋଜଗାରରେ ବାଧା ସୃଷ୍ଟି ହୁଏ । କାମ ପ୍ରଭାବିତ ହୁଏ ।
- ବିଶ୍ବ ବଜାର ସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟ
- ଚାହିଦା ହ୍ରାସ
- କଞ୍ଚାମାଲ ଅଭାବ
- ମାର୍କେଟିଂ, ଶ୍ରମିକ, ପରିଚାଳନାରେ ସମସ୍ୟା
ଅଧିକ ପଢନ୍ତୁ..MSMEକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଋଣ