ଓଡିଶା

odisha

By

Published : Oct 4, 2019, 9:56 AM IST

ETV Bharat / business

ଆଜି ମୁଦ୍ରାନୀତି ବୈଠକ ଘୋଷଣା

ପୁଣି କମିପାରେ ରେପୋରେଟ ଦର । ଲଗାତାର 3 ଦିନ ଧରି ଚାଲିଥିବା ଆରବିଆଇର ମୁଦ୍ରାନୀତି ବୈଠକରେ ନିଆଯାଇଥିବା ନିଷ୍ପତିକୁ ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିବେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ମୁଦ୍ରାନୀତି ସମୀକ୍ଷା ବୈଠକର(ଏମପିସି) ଫଳାଫଳ । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ ଓ ଆର୍ଥିକ ବୃଦ୍ଧି ଉପରେ ପଡୁଥିବା ଚାପକୁ ନଜରରେ ରଖି ଆରବିଆଇ ରେପୋରେଟ ଦର ହ୍ରାସ କରିବା ନେଇ ଅନୁମାନ କରାଯାଉଛି।


ଗତ 3 ଦିନ ଧରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷ(2019-20)ର ଚତୁର୍ଥ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଚାଲିଥିଲା । ଏଥିରେ ନିଆଯାଇଥିବା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଜି ରିପୋର୍ଟ ପ୍ରକାଶ ପାଇବ । ତେବେ ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ବଜାରରେ ସନ୍ତୁଳନ ରଖିବାକୁ ପୁଣି ସୁଧହାର ଶସ୍ତା ହୋଇପାରେ।

ପ୍ରକାଶ ଥାଉ ଯେ, ଶକ୍ତିକାନ୍ତ ଦାସ ନୂଆ କରି ଗଭର୍ଣ୍ଣର ହେବା ପରଠାରୁ 4 ଥରର ମୁଦ୍ରାନୀତି ବୈଠକରେ ରେପୋରେଟ ଦର 1.10 ପ୍ରତିଶତ କମିଛି । ଅଗଷ୍ଟ ମାସରେ ଏମପିସିରେ ସୁଧହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ରହିଛି । ତେବେ ଚଳିତ ବୈଠକରେ ମଧ୍ୟ ରେପୋରେଟ ଦର 15ରୁ 40 ବେସିସ ପଏଣ୍ଟ କମିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି।

ABOUT THE AUTHOR

...view details