ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ 2021-22 ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର 5.1 ପ୍ରତିଶତ ରହିବ । ଏ ନେଇ ଶୁକ୍ରବାର ମୁଦ୍ରା ନୀତି ବୈଠକରେ ଅନୁମାନ କରିଛି ଆରବିଆଇ ।
ତେବେ ମୁଦ୍ରାନୀତି କମିଟି (ଏମପିସି) ମୁଦ୍ରାସ୍ଫୀତି କୁ 4 ପ୍ରତିଶତ ( 2 ପ୍ରତିଶତ ଉପରେ କିମ୍ବା ତଳେ ) ଭିତରେ ରଖିବା ଲକ୍ଷ୍ୟର ଅନୁରୂପ । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ମୁଦ୍ରାନୀତି ସମୀକ୍ଷା କୁ ଉପସ୍ଥାପନ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋରେଟ ହାରକୁ 4 ପ୍ରତିଶତରେ ସ୍ଥିର ରଖିବାକୁ ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 3.35% ରେ ସ୍ଥିର ରହିଛି ।
ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ମୁଦ୍ରାସ୍ଫୀତି 5.2 ପ୍ରତିଶତ, ଦ୍ବିତୀୟରେ 5.4 ପ୍ରତିଶତ , ତୃତୀୟରେ 4.7 ପ୍ରତିଶତ ଓ ଚତୁର୍ଥ ତ୍ରୟମାସରେ 5.3 ପ୍ରତିଶତ ରହିବା ଅନୁମାନ ରହିଛି । ଗଭର୍ଣ୍ଣର କହିଛନ୍ତି କି, ଏବେ ସୁଦ୍ଧା ଯେଉଁସବୁ ଉପାୟ କରାଯାଇଛି , ଆଉ ଏଥିସହ ମୁଦ୍ରାସ୍ପୀତି ଉପର ଆଡକୁ ଯିବା ବିପଦ ଉପରେ ବିଚାର କରିବା ପରେ ଚଳିତ ଆର୍ଥିକ ବର୍ଷରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି 5.1 ପ୍ରତିଶତ ରହିବା ଅନୁମାନ ରହିଛି ।