ଓଡିଶା

odisha

ETV Bharat / business

ରବିବାରରୁ କ୍ଷୀର ମହଙ୍ଗା - ରବିବାରରୁ କ୍ଷୀର ଦାମ ବଢିଲା

ବଢିଲା କ୍ଷୀର ଦାମ। ଦେଶର ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ ଓ ଅମୂଲ ଲିଟର ପିଛା କ୍ଷୀର କ୍ରମଶଃ 3 ଓ 2 ଟଙ୍କା ବୃଦ୍ଧି କରିଛନ୍ତି । ରବିବାରରୁ ଏହି ନୂଆ ଦର ଲାଗୁ ହେବ।

Mother Dairy hikes milk prices by up to Rs 3/litre; Amul by Rs 2
ରବିବାରରୁ କ୍ଷୀର ମହଙ୍ଗା

By

Published : Dec 14, 2019, 7:51 PM IST

ନୂଆଦିଲ୍ଲୀ: ବଢିଲା କ୍ଷୀର ଦାମ । ଦେଶର ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ ଓ ଅମୂଲ ଲିଟର ପିଛା କ୍ଷୀର କ୍ରମଶଃ 3 ଓ 2 ଟଙ୍କା ବୃଦ୍ଧି କରିଛନ୍ତି । ରବିବାରରୁ ଏହି ନୂଆ ଦର ଲାଗୁ ହେବ ।

ଶନିବାର ମଦର ଡାଏରୀ ଦିଲ୍ଲୀ ଏନସିଆରରେ କ୍ଷୀର ଦର ବୃଦ୍ଧି କରି କହିଛି ଯେ, କମ ଯୋଗାଣ ଓ କ୍ରୟ ଯୋଗୁଁ ଦାମ ବଢାଇବାକୁ ପଡିଛି । ଫଳରେ ଲିଟର ପିଛା କ୍ଷୀର ଦାମ ଏବେ 42 ଟଙ୍କା ବଦଳରେ 45ରେ ପହଞ୍ଚିଛି ଏବଂ ଡବଲ ଟୋଣ୍ଡ ଦୁଗ୍ଧ 36ରୁ ବଢି 39 ଟଙ୍କା ଅଛି । ସେହିଭଳି ଗାଇ ଦୁଗ୍ଧ 3 ଟଙ୍କା ବଢି ଲିଟର ପିଛା 47 ହୋଇଛି ।

ସେହିଭଳି ଶନିବାର ଅମୂଲ ମଧ୍ୟ ଗୁଜୁରାତ, ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କ୍ଷୀର ଦାମ 2 ଟଙ୍କା ଲେଖାଏଁ ବଢାଇଛି ।

ଅହମ୍ମଦବାଦରେ ଅମୂଲ ଗୋଲ୍ଡ ଦାମ ଅଧ ଲିଟର ପିଛା 25 ଓ ଅମୂଲ ତାଜା 22 ଟଙ୍କା ମିଳିବ ।

ABOUT THE AUTHOR

...view details