ଓଡିଶା

odisha

ପିଏମ ଗରିବ କଲ୍ୟାଣ ଯୋଜନା, 42 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ପାଇଲେ ଆର୍ଥିକ ସହାୟତା

By

Published : Sep 9, 2020, 12:27 PM IST

ମହିଳା, ଗରିବ ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ସହାୟତା ଯୋଗାଇବାକୁ ଘୋଷଣା ହୋଇଥିବା ପିଏମ ଗରିବ କଲ୍ୟାଣ ଯୋଜନା ଅଧିନରେ 42 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ହୋଇଛନ୍ତି ଉପକୃତ । ଏମାନଙ୍କୁ 68,820 କୋଟି ଟଙ୍କା ମିଳିଥିବା ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ପିଏମ ଗରିବ କଲ୍ୟାଣ ଯୋଜନା , 42 କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇଲେ ଆର୍ଥିକ ସହାୟତା
ପିଏମ ଗରିବ କଲ୍ୟାଣ ଯୋଜନା , 42 କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ 42 କୋଟିରୁ ଅଧିକ ଗରିବ ଉପକୃତ ହୋଇଛନ୍ତି । ଏମାନଙ୍କୁ 68,820 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏ ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ 19ରେ ପ୍ରଭାବିତ ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଘୋଷଣା କରାଯାଇଥିଲା । ଏହା ଅଧିନରେ1.70 ଲକ୍ଷ କୋଟି ଟଙ୍କା ଯୋଗାଇବାକୁ ଅର୍ଥମନ୍ତ୍ରୀ ମାର୍ଚ୍ଚ 26 ରେ ଘୋଷଣା କରିଥିଲାବେଳେ ଏଯାଏଁ 68,820 କୋଟି ଟଙ୍କା ପ୍ରଦାନ ହୋଇଛି ବୋଲି ଅର୍ଥମନ୍ତ୍ରାଳୟ ନିଜ ବିବୃତ୍ତିରେ କହିଛି ।

ଏହି ଯୋଜନା ଅଧିନରେ ମହିଳା, ଗରିବ ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ସହାୟତା ଯୋଗାଇବାକୁ ଘୋଷଣା ହୋଇଛି । ସଦ୍ୟ ତଥ୍ୟ ଅନୁସାରେ ପିଏମ କିସାନ ଅଧିନରେ ପ୍ରଥମ କିସ୍ତିରେ 17,891 କୋଟି ଟଙ୍କା ପ୍ରଦାନ ହୋଇଥିଲାବେଳେ ଏହି ସ୍କିମ ଅଧିନରେ ଚିହ୍ନଟ ହୋଇଥିବା 8.94 ହିତାଧିକାରୀ ସେମାନଙ୍କ ଆକାଉଣ୍ଟରୁ ସିଧାସଳଖ 2,000 ଟଙ୍କା ପାଇଛନ୍ତି ।

ସେହିପରି 20.6 ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କୁ ମାସିକ 500 ଟଙ୍କା ମିଳୁଛି । ଏଥିପାଇଁ ଏଯାବତ 30,925 କୋଟି ଟଙ୍କା ଦିଆଯାଇଛି । ଏହା ବ୍ୟତୀତ NSAP ଅଧିନରେ 2.81 କୋଟି ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ 2,814.5 କୋଟି ଟଙ୍କା ପ୍ରଦାନ କରିଛି ବୋଲି ମନ୍ତ୍ରଣାଳୟ କହିଛି।

ABOUT THE AUTHOR

...view details