ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସର ଝଡରେ ଦୋହଲି ଯାଇଛି ବିଶ୍ବ ଅର୍ଥନୀତି । ଏହାର ପ୍ରଭାବକୁ କମାଇବା ପାଇଁ ଭାରତକୁ 21 ଦିନ ବନ୍ଦ ଘୋଷଣା ପରେ କାରବାର ଠପ ହୋଇପଡିଛି । ଏହା ପ୍ରଭାବରେ କ୍ୟାଲେଣ୍ଡର ବର୍ଷ 2020ରେ ଭାରତ ଅଭିବୃଦ୍ଧି ଦର 2.5 ପ୍ରତିଶତକୁ ଖସିବ ବୋଲି ଅନୁମାନ କରିଛି ବୈଶ୍ବିକ କ୍ରେଡିଟ ରେଟିଙ୍ଗ ଏଜେନ୍ସି ମୁଡିସ ।
ପୂର୍ବରୁ ମୁଡିସ ଭାରତର ଜିଡିପି ହାର 5.3 ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା । ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ବିକାଶ ଦର ଖସିବ ବୋଲି ଆଶଙ୍କା ରହିଛି । ସେହିପରି 2019ରେ ଦେଶର ଆର୍ଥିକ ଅଭିବୃଦ୍ଧି ଦର 5 ପ୍ରତିଶତ ରହିବା ଅନୁମାନ ରହିଛି ।