ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଜାରି ରହିଛି ତାଲା ବନ୍ଦ । ଫଳରେ ଅର୍ଥନୀତି ଭୁଷୁଡିବା ସ୍ଥିତିରେ । ଏପରି ସଙ୍କଟ ସମୟରେ ମୁଡିସ ଇନଭେଷ୍ଟର୍ସ ସର୍ବିସ ରିପୋର୍ଟ ଭାରତୀୟ ବ୍ୟାଙ୍କକୁ ଦେଇଛି ବଡ ଝଟକା ।
ମୁଡିସର ଆଶଙ୍କା, କୋରୋନା ମାଡରେ ବୁଡିବ ବ୍ୟାଙ୍କିଙ୍ଗ ବ୍ୟବସ୍ଥା - corona will affect bank
ଦେଶର ଆର୍ଥିକ ସଂସ୍ଥା ଭାରତୀୟ ବ୍ୟାଙ୍କକୁ ଗୁରୁତର କଲାଣି କୋରୋନା ମାଡ । ଏଥିଯୋଗୁଁ ବ୍ୟାଙ୍କର ପ୍ରଫିଟ ଓ ପୁଞ୍ଜି ଗଭୀର ମାତ୍ରାରେ ପ୍ରଭାବିତ ହେବ ବୋଲି ମୁଡିସ କହିଛି ।
ମୁଡିସର ଆଶଙ୍କା, କୋରୋନା ମାଡରେ ବୁଡିବ ବ୍ୟାଙ୍କିଙ୍ଗ ବ୍ୟବସ୍ଥା
ରେଟିଙ୍ଗ ଏଜେନ୍ସି ମୁଡିସ କହିଛନ୍ତି ଯେ, କୋରୋନା ମହାମାରୀ ପ୍ରଭାବରେ ଆର୍ଥିକ କାର୍ଯ୍ୟକଳାପ ଭାରି ମାତ୍ରାରେ ପ୍ରଭାବିତ । ଏସବୁ କାରଣରୁ ବ୍ୟାଙ୍କର ସମ୍ପତ୍ତି ଓ ଗୁଣବତ୍ତା ହ୍ରାସ ନେଇ ଅନୁମାନ ରହିଛି ।
କ୍ଷୁଦ୍ର ଠାରୁ ମଧ୍ୟମ ଉଦ୍ୟୋଗ ଠପ୍, କାରବାର ବନ୍ଦ ଓ କାମଧନ୍ଦା ନଥିବାରୁ ବ୍ୟାଙ୍କ ନେଣଦେଣ ମଧ୍ୟ ଧିମେଇଯାଇଛି । ଫଳରେ ବ୍ୟାଙ୍କର ପୁଞ୍ଜି ଓ ପ୍ରଫିଟ ଗଭୀର ମାତ୍ରାରେ ପ୍ରଭାବିତ ହେବ । ଏହା ଦ୍ବାରା ଭାରତ ଆର୍ଥିକ ଅଭିବୃଦ୍ଧି ଦର ମଧ୍ୟ କମିବ ବୋଲି ମୁଡିସ ଆଶଙ୍କା କରିଛି ।