ଓଡିଶା

odisha

ETV Bharat / business

କ୍ଷତି ଜଳଜଳ: ମୁଡିସ କମାଇଲା ଜିଡିପି ଅନୁମାନ - GDP growth to 5.3% in 2020

ତୀବ୍ର ବେଗରେ ବଢୁଥିବା କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଅର୍ଥନୀତିକ କାର୍ଯ୍ୟକଳାପ ମନ୍ଥର ହେଉଛି । ଘରୋଇ ଚାହିଦା ହ୍ରାସ ପାଉଛି । ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ଦେଶ-ଦେଶ ମଧ୍ୟରେ ବାଣିଜ୍ୟ ବନ୍ଦ ହେଉଛି ।

Moody's lowers India's GDP growth forecast to 5.3% in 2020
କ୍ଷତି ଜଳଜଳ: ମୁଡିସ କମାଇଲା ଜିଡିପି ଅନୁମାନ

By

Published : Mar 17, 2020, 5:46 PM IST

ନୂଆଦିଲ୍ଲୀ: ପ୍ରାଣଘାତୀ କୋରୋନା ଭାଇରସ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ । ଶିଳ୍ପ ଠାରୁ ସେୟାର ବଜାର ଧରାଶାୟୀ । ଏହାର ଭୟବହ ପ୍ରଭାବ ଦେଖି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା-ମୁଡିସ ଭାରତ ଅଭିବୃଦ୍ଧି ଦର ଅନୁମାନକୁ ହ୍ରାସ କରିଛି । ଚଳିତ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 5.3 ପ୍ରତିଶତ ରହିବ ବୋଲି ଦର୍ଶାଇଛି ।

ମଙ୍ଗଳବାର ଏଜେନ୍ସି କହିଛି ଯେ, ତୀବ୍ର ବେଗରେ ବଢୁଥିବା କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଅର୍ଥନୀତିକ କାର୍ଯ୍ୟକଳାପ ମନ୍ଥର ହେଉଛି । ପ୍ରଭାବିତ ଦେଶରେ ଏଥିଯୋଗୁଁ ଘରୋଇ ଚାହିଦା ହ୍ରାସ ପାଉଛି । ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ଏଥିସହ ଦେଶ-ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ବନ୍ଦ ହେଉଛି ।

ଏହି ବ୍ୟବଧାନ ଯେତେ ବଢିବ, ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ପ୍ରତି ବିପଦ ସେହି ପରିମାଣରେ ବଢିବ ବୋଲି ମୁଡିସ ଆଶଙ୍କା କରିଛି । ମୁଡିସ ପୂର୍ବ ଅଭିବୃଦ୍ଧି ଅନୁମାନ 5.4 ପ୍ରତିଶତ ଥିଲା । ମାର୍ଚ୍ଚ ମାସ ପାଇଁ ମୁଡିସ ନିଜର ମାକ୍ରୋ ଆଉଟଲୁକରେ କହିଛି କି, ଭାଇରସର ପ୍ରକୋପରେ କେବଳ ଚୀନ ନୁହେଁ ବଂର ବିଶ୍ବର ବହୁ ଦେଶର ଅର୍ଥନୀତିକୁ ଦୁର୍ବଳ କରିଲାଣି ।

2021 ମସିହାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର 5.8 ପ୍ରତିଶତ ହେବ ବୋଲି ଏଜେନ୍ସି ପୂର୍ବାନୁମାନ କରିଛି । ସେ କହିଛି ଯେ, ‘ବହୁ ଦେଶର ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ରିଲିଫ ପ୍ୟାକେଜ, ସୁଧଦର ହ୍ରାସ, ନିୟାମକ ଛାଡ ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ତେବେ ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡିକର ଏହି ସବୁ ଉପାୟର ପ୍ରଭାବକୁ ହ୍ରାସ କରିବ | ’

ABOUT THE AUTHOR

...view details