ଓଡିଶା

odisha

By

Published : Dec 13, 2019, 6:45 PM IST

ETV Bharat / business

ବୋଝ ଉପରେ ନଳିତା ବିଡା, ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ

ନିଯୁକ୍ତି ହ୍ରାସ ଦ୍ବାରା ଲୋକଙ୍କ ଉପଭୋଗ ଉପରେ ପ୍ରଭାବ ପଡୁଛି । ଫଳରେ ଏଥର ବିକାଶ ଦର ହ୍ରାସ ପାଇବ ବୋଲି ଅନୁମାନ କରିଛି ମୁଡିସ ।

moodys cuts indias gdp growth forecast to 5. 6 percent for 2019
ବୋଝ ଉପରେ ନଳିତା ବିଡା, ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ

ନୂଆଦିଲ୍ଲୀ: ଧିମେଇ ପଡିଥିବା ଭାରତୀୟ ଅର୍ଥନୀତିକୁ ଝଟକା । ଆରବିଆଇ ଓ ଅନ୍ୟ ଜାତୀୟ-ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ପରେ ଜିଡିପି ଆକଳନକୁ କମାଇଛି ଆକଳନକୁ ମୁଡିସ ଇନଭେଷ୍ଟର୍ସ ସର୍ଭିସ । ଚଳିତ ଆର୍ଥତ୍କ ବର୍ଷ ଦେଶର ଅଭିବୃଦ୍ଧି ହାର 5.6 ପ୍ରତିଶତ ରହିବା ନେଇ ଅନୁମାନ କରିଛି ଏଜେନ୍ସି ।

ନିଯୁକ୍ତି ହ୍ରାସ ଦ୍ବାରା ଲୋକଙ୍କ ଉପଭୋଗ ଉପରେ ପ୍ରଭାବ ପଡୁଛି । ଫଳରେ ଏଥର ବିକାଶ ଦର ହ୍ରାସ ପାଇବ । ହେଲେ 2020 ଓ 2021ରେ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ବଢିବ । ଏଥିସହ ଜଡିପି କ୍ରମଶଃ 6.6 ଓ 6.7 ପ୍ରତିଶତ ରହିବ ବୋଲି ମୁଡିସ ମତ ରଖିଛି ।

ଏହାକୁ ବି ପଢନ୍ତୁ: 5.1ପ୍ରତିଶତକୁ କମିପାରେ ଜିଡିପି

ମୁଡିସ କହିଛି ଯେ, 2018 ମଧ୍ୟଭାଗରୁ ଭାରତର ଆର୍ଥିକ ଅଭିବୃଦ୍ଧି ଗତି ଧୀମେଇଯାଇଛି । ଏଥିଯୋଗୁଁ ବାସ୍ତବ ଜିଡିପି ପାଖାପାଖୀ 8 ପ୍ରତିଶତ ଖସି 2019 ଦ୍ବିତୀୟ ତ୍ରୈୟମାସ ସୁଦ୍ଧା 4.5 ପ୍ରତିଶତରେ ପହଞ୍ଚିଛି ।

ଗତ କେଇ ମାସ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଏତେଟା ଫଳପ୍ରଦ ହୋଇନାହିଁ । ଏସବୁ କାରଣରୁ ଲୋକଙ୍କ ଉପଭୋଗ ମଧ୍ୟ ପୂରଣ ହେଇପାରୁନାହିଁ । ଏହା ବ୍ୟତିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ରେପୋରେଟ ଦର ହ୍ରାସ କରିଥିଲେ ସୁଦ୍ଧା ବ୍ୟାଙ୍କ ତାର ଫାଇଦା ଗ୍ରାହକଙ୍କୁ ଦେଉନାହିଁ । ଏଥିସହ ଋଣ କ୍ଷମତା ମଧ୍ୟ ସଙ୍କୁଚିତ ହେଉଛି । ତେବେ ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ବିତ୍ତିୟ ଧାରା ଉପରେ ପ୍ରଭାବ ପକାଇବ ବୋଲି ମୁଡିସ କହିଛି ।

ABOUT THE AUTHOR

...view details