ନୂଆଦିଲ୍ଲୀ: ପ୍ରାଣଘାତୀ କୋରୋନା ଭାଇରସ କବଜାରେ ଅର୍ଥନୀତି । ଏହାର ପ୍ରଭାବରେ ଶିଳ୍ପ ଠାରୁ ସେୟାର ବଜାର ଧରାଶାୟୀ । ଏଥିଯୋଗୁଁ ଭାରତ ଅଭିବୃଦ୍ଧି ଦର 2020 ସୁଦ୍ଧା 5.3 ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ସୋମବାର ଅନୁମାନ କରିଛି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା-ମୁଡିସ।
ମୁଡିସ ପୂର୍ବ ଅଭିବୃଦ୍ଧି ଅନୁମାନ 5.4 ପ୍ରତିଶତ ଥିଲା । ମାର୍ଚ୍ଚ ମାସ ପାଇଁ ମୁଡିସ ନିଜର ମାକ୍ରୋ ଆଉଟଲୁକରେ କହିଛି କି, ଭାଇରସର ପ୍ରକୋପରେ କେବଳ ଚୀନ ନୁହେଁ ବଂର ବିଶ୍ବର ବହୁ ଦେଶର ଅର୍ଥନୀତିକୁ ଦୁର୍ବଳ କରିଲାଣି ।