ଓଡିଶା

odisha

By

Published : Aug 6, 2020, 11:39 AM IST

ETV Bharat / business

ହ୍ରାସ ହେବ କି ରେପୋ ଦର ? 12ଟା ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର

କୋରୋନା ଭାଇରସ ସଙ୍କଟରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ଆରବିଆଇ ପୁଣି ହ୍ରାସ କରିବ କି ରେପାରେଟ ଦର ? ଆଜି 12ଟାରେ ମୁଦ୍ରାନୀତି କମିଟି ନେଇଥିବା ନିଷ୍ପତ୍ତିର ଘୋଷଣା କରିବେ ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ..

ହ୍ରାସ ହେବ କି ରେପୋ ଦର ? 12 ଟା ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର
ହ୍ରାସ ହେବ କି ରେପୋ ଦର ? 12 ଟା ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଦିନ 12ଟାରେ ମୁଦ୍ରା ନୀତି କମିଟି (ଏମପିସି)ର ନିଷ୍ପତ୍ତି ଘୋଷଣା କରିବେ । ଏ ନେଇ ଆରବିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆରବିଆଇର ମୁଦ୍ରାନୀତି ସମୀକ୍ଷୀର ଗୋଟିଏ ଦିନ ପୂର୍ବରୁ ବିଶେଷଜ୍ଞ କହିଥିଲେ କି, କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ରେପୋରେଟ ଦର ହ୍ରାସ କରି ନ ପରେ । କିନ୍ତୁ କୋରୋନା ଭାଇରସ ସଙ୍କଟରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ଋଣ ପୁର୍ନଗଠନ ଭଳି ଅନ୍ୟ ଉପାୟ ଘୋଷଣା କରିପାରେ ଆରବିଆଇ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅଧ୍ୟକ୍ଷତାରେ 6 ଜଣିଆ ସଦସ୍ୟ ମୁଦ୍ରାନୀତି କମିଟି ଗୁରୁବାର ନିଷ୍ପତ୍ତି ଶୁଣାଇବ । ଏହା ଏମପିସିର 24 ତମ ବୈଠକ । ତେବେ ସୁଧ ଦର ହ୍ରାସ ନେଇ ଅଲଗା ଅଲଗା ମତ ରହିଥିଲେ ମଧ୍ୟ ଘୋଷଣା ପରେ ସବୁ ଚର୍ଚ୍ଚାରେ ବିରାମ ଲାଗିବ । ଏମପିସି ପୂର୍ବରୁ 2 ଟି ବୈଠରେ ରେପୋରେଟ ଦରରୁ ମୋଟ 115 ବେସିସ ପଏଣ୍ଟ ହ୍ରାସ କରିଛି । ଏଥିସହ ଆର୍ଥିକ ବୃଦ୍ଧିକୁ ଗତି ଦେବା ପାଇଁ ରେପୋରେଟ ଦର ମୋଟ 2019 ଫେବୃଆରୀରୀ ପରଠୁ 2.50 ପଏଣ୍ଟ ଖସିଛି ।

ମହାମାରୀ ପ୍ରତିହିତ ପାଇଁ ଲଗାଯାଇଥିବା ଲକଡାଉନରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସକ୍ରିୟ ପଦକ୍ଷେପ ଉଠାଇଛି ।

ABOUT THE AUTHOR

...view details