ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ଶରୀର ପାଇଁ ସରକାରଙ୍କ ଚିନ୍ତା। ଗରିବଙ୍କ ପରେ ଏବେ ମଧ୍ୟବିତ୍ତଙ୍କ ପାଇଁ ଆସିବ ନୂଆ ସ୍ବାସ୍ଥ୍ୟ ସ୍କିମ। ନୀତି ଆୟୋଗ ଏନେଇ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ଯୋଜନା ଦ୍ବାରା ପ୍ରାୟ 50 ପ୍ରତିଶତ ମଧ୍ୟବିତ୍ତବର୍ଗର ଲୋକେ ଶସ୍ତାରେ ଚିକିତ୍ସିତ ହୋଇପାରିବେ ।
ମଧ୍ୟବିତ୍ତଙ୍କ ସୁସ୍ଥ ଶରୀରର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଏକ ନୂଆ ସ୍କିମର ରୋଡ ମ୍ୟାପ ତିଆରି କରୁଛନ୍ତି । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସଙ୍କ ଉପସ୍ଥତିରେ ନୀତି ଆୟୋଗ ଉପାଧକ୍ଷ ରାଜୀବ କୁମାର ଏ ସମ୍ବନ୍ଧୀୟ ରିପୋର୍ଟର ଉନ୍ମୋଚନ କରିଛନ୍ତି। ଏହି ରିପୋର୍ଟର ନା ‘ହେଲଥ ସିଷ୍ଟମ ଫର ନ୍ୟୁ ଇଣ୍ଡିଆ’ ରହିଛି । ଶୀଘ୍ର ସରକାର ଏନେଇ ଘୋଷଣା କରିବେ।