ନୂଆଦିଲ୍ଲୀ: 2024 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଅତ୍ୟନ୍ତ ମହତ୍ବକାଂକ୍ଷୀ । ହେଲେ ଏହି ଲକ୍ଷ୍ୟକୁ ହାସଲ ପାଇଁ ଦେଶକୁ 9 ପ୍ରତିଶତର ଜଡିପି ହାସଲ କରିବାକୁ ହେବ । ରବିବାର ଇନ୍ଦିରା ଗାନ୍ଧୀ ବିକାଶ ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜିଆଇଡିଆର)ର ପ୍ରଫେସର ଆର.ନାଗରାଜ ଏ ନେଇ ମତ ରଖିଛନ୍ତି ।
ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟରେ 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଏଥିପାଇଁ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟାର ସାମ୍ନା କରିବାକୁ କରିବାକୁ ପଡୁଛି । ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର 5 ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଏପରି ସ୍ଥିତି ବଜାୟ ରହିଲେ ଏହି ଲକ୍ଷ୍ୟ ପୂରଣ କରିବା କଷ୍ଟକର ହୋଇପଡିବ ।