ଓଡିଶା

odisha

ETV Bharat / business

ମୋଦି ଜଲୱା, ଅଭିବୃଦ୍ଧି ରେସରେ ବ୍ରିଟେନକୁ ଟକ୍କର ଦେବ ଭାରତ !

ବୁଡିଯାଉଥିବା ଅର୍ଥବ୍ୟବସ୍ଥାକୁ ଦେଖି ଦୋହଲିଯାଇଥିବା ସରକାରଙ୍କୁ ଆଶ୍ବସ୍ତି ଦେଇଛି ଆଇଏଚଏସ । ଖୁବଶୀଘ୍ର ଭାରତ ବ୍ରିଟେନକୁ ପାର କରିଯିବା ସହ ଜାପାନର ଜିଡିପି ଆକାରକୁ ଡେଇଁବାରେ ସକ୍ଷମ ହେବ ବୋଲି ରିପୋର୍ଟ ପ୍ରକାଶ କରିଛି ଏହି ଆର୍ଥିକ ସର୍ଭେ ସଂସ୍ଥା ।

By

Published : Jun 4, 2019, 8:21 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶ ଅର୍ଥନୀତିକୁ ନୂଆ ମୋଡ ଦେବେ ମୋଦି ସରକାର । ସକରାତ୍ମକ ରହିବ ଆର୍ଥିକ ଅଭିବୃଦ୍ଧି । ଆସନ୍ତା 5 ବର୍ଷ ମଧ୍ୟରେ ମୋଟ ଘରୋଇ ଉତ୍ପାଦ 7 ପ୍ରତିଶତକୁ ବୃଦ୍ଧି ପାଇବ । ଏପରିକି ବିକାଶଶୀଳ ରାଷ୍ଟ୍ର ବ୍ରିଟେନକୁ ପଛରେ ପକାଇ ଏସିଆ-ପ୍ରଶାନ୍ତର ଦ୍ବିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ ଭାରତ । ଆଉ ଏସବୁ ସମ୍ଭବ 2025 ମଧ୍ୟରେ । ଏ ନେଇ ଆଗୁଆ ଅନୁମାନ କରିଛି ଆଇଏଚଏସ ମାର୍କେଟ ନାମକ ଆର୍ଥିକ ସର୍ଭେ ସଂସ୍ଥା ।


ବୁଡିଯାଉଥିବା ଅର୍ଥବ୍ୟବସ୍ଥାକୁ ଦେଖି ଦୋହଲିଯାଇଥିବା ସରକାରଙ୍କୁ ଆଶ୍ବସ୍ତି ଦେଇଛି ଆଇଏଚଏସ । ଶନି ଦଶା ଭୋଗୁଥିବା ଦେଶର ଅର୍ଥନୀତିକୁ ମିଳିଛି ଦିଶା । ଜିଡିପି ବୃଦ୍ଧି ସହ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । କୃଷି ଠାରୁ ଶିଳ୍ପ ପ୍ରତିଟି କ୍ଷେତ୍ରରେ ଦେଖାଦେବ ଅଭିବୃଦ୍ଧି । ରପ୍ତାନୀ ସାଙ୍ଗକୁ ରାଜକୋଷରେ ସବୁଥିରେ ଦେଖାଦେବ ସକରାତ୍ମକ ପ୍ରଭାବ ।

ରିପୋର୍ଟ ମୁତାବକ, 2019ରେ ଭାରତ ବିଶ୍ବର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା ହେବ । ଏଥିସହ ଦେଶରେ ଜିଡିପି ସ୍ତର 3,000 ଅରବ ଡଲାର ପାର କରିବ । ଏପରି ଭାବରେ ଖୁବଶୀଘ୍ର ଭାରତ ବ୍ରିଟେନକୁ ପାର କରିଯିବା ସହ ଜାପାନର ଜିଡିପି ଆକାରକୁ ଡେଇଁବାରେ ସକ୍ଷମ ହେବ ।

ବିଶ୍ବର ବୃହତ୍ତମ ଅର୍ଥବ୍ୟବସ୍ଥା ରେସରେ ଭାରତର ରାଙ୍କିଙ୍ଗ କ୍ରମାନୁକ୍ରମିକ ଆଗକୁ ବଢୁଛି । କହିବାକୁ ଗଲେ ଭାରତ ଏସିଆ ମହାଦେଶର ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ । ବାଣିଜ୍ୟିକ ଓ ନିବେଶ କ୍ଷେତ୍ରରେ ଭାରତ ଯୋଗାଦାନ ସର୍ବାଧିକ ରହିଛି ବୋଲି ରିପୋର୍ଟରେ ରହିଛି ।

For All Latest Updates

ABOUT THE AUTHOR

...view details