ଓଡିଶା

odisha

ETV Bharat / business

କମ୍ପାନୀଙ୍କୁ ଆଶ୍ବସ୍ତି, ସଂସଦରେ କର୍ପୋରେଟ ଟିକସ ହ୍ରାସ ବିଲ ମଞ୍ଜୁର

ସଂସଦରେ ମଞ୍ଜୁର ହୋଇଛି ସଂଶୋଧିତ କର୍ପୋରେଟ ଟିକସ ବିଧେୟକ 2019। ଏହା ଦ୍ବାରା ଘରୋଇ କମ୍ପାନୀଙ୍କୁ କର୍ପୋରେଟ ଟିକସ ହ୍ରାସ ମାଧ୍ୟମରେ ସରକାରୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପ୍ରବନ୍ଧନ ରହିଛି।

modi gov rajya sabha passes bill to slash corporate tax rates
କମ୍ପାନୀଙ୍କୁ ଆଶ୍ବସ୍ତି, ସଂସଦରେ କର୍ପୋରେଟ ଟିକସ ହ୍ରାସ ବିଲ ମଞ୍ଜୁର

By

Published : Dec 6, 2019, 2:38 PM IST

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ମଞ୍ଜୁର ହୋଇଛି ସଂଶୋଧିତ କର୍ପୋରେଟ ଟିକସ ବିଧେୟକ 2019 । ଏହା ଦ୍ବାରା ଘରୋଇ କମ୍ପାନୀଙ୍କୁ କର୍ପୋରେଟ ଟିକସ ହ୍ରାସ ମାଧ୍ୟମରେ ସରକାରୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପ୍ରବନ୍ଧନ ରହିଛି। ଏନେଇ ରାଜ୍ୟସଭା ବିଚାରବିମର୍ଶ ପରେ ତୁରନ୍ତ ପାରିତ କରାଯାଇଛି। ପୂର୍ବରୁ ଲୋକସଭାରେ ଏହାକୁ ଗ୍ରୀନ ସିଗନାଲ ମିଳିସାରିଛି ।


ଏହା ଅନୁଯାୟୀ 2019 ଅକ୍ଟୋବର ପହିଲାରୁ ବିନିର୍ମାଣ ଉଦ୍ୟୋଗ(ମ୍ୟାନୁଫେକ୍ଚରିଙ୍ଗ ସେକ୍ଟର)ରେ ପ୍ରବେଶ କରି 2023 ପର୍ଯ୍ୟନ୍ତ ଉତ୍ପାଦନ ଆରମ୍ଭ କରୁଥିବା କମ୍ପାନୀ 15 ପ୍ରତିଶତ ରିହାତିରେ ଟିକସ ଦେଇପାରିବେ।

ଉଚ୍ଚସଦନରେ ଏହି ବିଧେୟକ ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ଯେଉଁଭଳି ଅର୍ଥବ୍ୟବସ୍ଥାକୁ ସମ୍ଭାଳିଛନ୍ତି, ସେହି କାରଣରୁ ହିଁ ଲୋକ ତାଙ୍କ ଉପରେ ପୁନଃଭରସା ଦେଖାଇଛନ୍ତି।


ସେ କହିଛନ୍ତି ଯେ, ଏହା ପ୍ରଥମଥର ନୁହେଁ, ଆବଶ୍ୟକ ପଡିଲେ ଅଧ୍ୟାଦେଶ ଅଣାଯାଇଛି। 1991-96 ସମୟରେ 77 ଅଧ୍ୟାଦେଶ ଓ 2004-09 ବେଳେ 36ଟି ଅଧ୍ୟାଦେଶ ଅଣାଯାଇଛି।

ସେହିପରି ଜିଡିପି ପ୍ରସଙ୍ଗରେ ମଧ୍ୟ ନିର୍ମଳା ସୀତାରମଣ ନିଜ ସଫେଇରେ କହିଛନ୍ତି କି, କଂଗ୍ରେସ ସରକାର ସମୟରେ ଜିଡିପି 4.3 ପ୍ରତିଶତ ପର୍ଯ୍ୟନ୍ତ ଖସିଛି ଏବଂ ପୁଣି ବଢି 7.2 ପ୍ରତିଶତରେ ପହଞ୍ଚିଛି। ପୂର୍ବରୁ ବି ଜିଡିପି ହ୍ରାସ ପାଇ ଆଗକୁ ବଢିଛି, ଆଗାମୀ ଦିନରେ ବି ଏଭଳି ହେବ।

କର୍ପୋରେଟ ଟିକସ ହ୍ରାସ ଦ୍ବାରା ଚୀନରେ ଥିବା ବହୁ ବିଶ୍ବସ୍ତରୀୟ କମ୍ପାନୀ ଏବେ ଭାରତମୁହାଁ ହେଲେଣି। ଏହାସହ ଦେଶରେ ନିବେଶ ବୃଦ୍ଧି କରି ଅର୍ଥବ୍ୟବସ୍ଥାକୁ ସୁଦୃଢ ପାଇଁ ଭାରତ ସରକାର ଆହୁରି ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଜଣାଇଛନ୍ତି।

ABOUT THE AUTHOR

...view details