ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସହରରୁ ଗାଁରୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ବଞ୍ଚିବା ସାହାରା ପାଲଟିଛି ମନରେଗା । ଏହା ଅଧିନରେ ଜୁନ ମାସରେ ଗ୍ରାମରେ ଦିନ ମଜୁରିଆଙ୍କୁ ଗତ ବର୍ଷ ତୁଳନାରେ 84 ପ୍ରତିଶତରୁ ଅଧିକ କାମ ମିଳିଛି ।
ମହାମାରୀ ସଙ୍କଟ ସମୟରେ ଏହି ଯୋଜନା କେବଳ ରୋଜଗାର ଦେଉନି ବରଂ ଗ୍ରାମୀଣ ଅର୍ଥନୀତିର ସଞ୍ଚାଳକ ବି ସାଜିଛି । ମନରେଗା ସ୍କିମ ଅଧିନରେ ଜୁନରେ ସମଗ୍ର ଦେଶରେ ହାରାହାରି 3.42 କୋଟି ଲୋକ ପ୍ରତିଦିନ କାମ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ଯାହାକି ଗତ ବର୍ଷ ଏହି ମାସ ତୁଳନାରେ 83.87 ପ୍ରତିଶତ ଅଧିକ ।
କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରୁ ମିଳିଥିବା ଏହି ତଥ୍ୟ ଅନୁସାରେ, ଗତ ମାସ ଅର୍ଥତ ମେ’ରେ ହାରାହାରି 2.51 କୋଟି ଲୋକଙ୍କୁ ମନରେଗା ଅଧିନରେ କାମ ମିଳିଛି । ଯାହାକି ଗତ ବର୍ଷ ଏହି ମାସର ହାରାହାରି ହାର 1.45 କୋଟି ତୁଳନାରେ 73 ପ୍ରତିଶତ ଅଧିକ । ଏଭଳି ଭାବେ ମେ ରେ ମନରେଗା ଅଧିନରେ ରୋଜଗାରରେ 73.1 ପ୍ରତିଶତ ବୃଦ୍ଧି ହୋଇଛି ।