ଓଡିଶା

odisha

ETV Bharat / business

ଲକଡାଉନ ମାଡ: କମିଲା ମଧ୍ୟବିତ୍ତଙ୍କ ଆୟ, ପ୍ରଭାବିତ ଜୀବନ-ଜୀବିକା - mid-income households lose

ସବୁ ଶ୍ରେଣୀର ହିସାବର କଲେ 2019 ଏପ୍ରିଲ-ଜୁନରେ 33 ପ୍ରତିଶତ ପରିବାରର ଆୟ ବଢିଥିଲା । ଯାହାକି ଏ ବର୍ଷ ସମାନ ଅବଧିରେ ମାତ୍ର 6.7 ପ୍ରତିଶତ ପରିବାର ଆୟ ବଢିଛି ବୋଲି ସିଏମଆଇଇ ରିପୋର୍ଟରେ ଦର୍ଶାଯାଇଛି ।

mid-income households lose more than rich and poor in lockdown
mid-income households lose more than rich and poor in lockdown

By

Published : Jul 21, 2020, 12:51 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଯୋଗୁଁ ପ୍ରଭାବିତ ଜୀବନ-ଜୀବିକା । ଯାତାୟତ ଠପ ଠାରୁ କାରବାର ସ୍ଥାଣୁ । ବହୁ ସଂଖ୍ୟାକ ଛଟେଇ ହୋଇଥିଲା ବେଳେ ବଜାରରେ ଖାଦ୍ୟ ସାମଗ୍ରୀ ଦରଦାମ ଆକାଶଛୁଆଁ । ଏଥିମଧ୍ୟରେ ସବୁଠାରୁ ଅଧିକ ପ୍ରଭାବ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗଙ୍କ ଉପରେ ପଡିଛି ।

ଆୟ ହ୍ରାସ ବେଳେ ଖର୍ଚ୍ଚ ଅଧିକ ରହିଛି । ଫଳରେ ପାରିବାରିକ ବଜେଟ ସନ୍ତୁଳନ ବିଗିଡିଛି । ଉଚ୍ଚ ମଧ୍ୟବିତ୍ତମାନେ ଅଧିକ ଆୟ ହରାଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ନିଜ ରିପୋର୍ଟରେ ପ୍ରକାଶ କରିଛି ।

ରିପୋର୍ଟ ମୁତାବକ, ଉଚ୍ଚ-ମଧ୍ୟବିତ୍ତ ପରିବାରର ବର୍ଗଙ୍କ ଆୟ ପ୍ରାୟ 30 ପ୍ରତିଶତ ହ୍ରାସ ହୋଇଛି । ଗତବର୍ଷ ତୁଳନାରେ ଅଧିକ ଆୟ ବର୍ଗଙ୍କ ସଂଖ୍ୟା ଏପ୍ରିଲରେ 9.6 ପ୍ରତିଶତ ଥିବା ବେଳେ ମେ ମାସରେ ଏହା 6.1 ଏବଂ ଜୁନରେ 4.4 ପ୍ରତିଶତକୁ କମିଛି ।

2019 ଏପ୍ରିଲରୁ ଜୁନ ମଧ୍ୟରେ ବର୍ଷକୁ 5 ଲକ୍ଷ ଟଙ୍କାରୁ ଅଧିକ ଆୟ ଥିବା ଅଧିକାଂଶ ପରିବାରର ପାରିବାରିକ ଆୟରେ ବର୍ଷକର ବୃଦ୍ଧି ଘଟିଥିଲା । ହେଲେ ଏ ବର୍ଷ ମାତ୍ର 15 ପ୍ରତିଶତରୁ କମ ସଂଖ୍ୟକ ଏଭଳି ପରିବାରର ଆୟରେ ବର୍ଷର ବୃଦ୍ଧି ହୋଇଛି । ବାର୍ଷିକ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗ ପ୍ରଭାବିତ ହୋଇଥିବା ବେଳେ 24 ଲକ୍ଷରୁ 36 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗଙ୍କ ଆୟ 2020 ଏପ୍ରି-ଜୁନରେ ବୃଦ୍ଧି ପାଇଛି । ସବୁ ଶ୍ରେଣୀର ହିସାବର କଲେ 2019 ଏପ୍ରିଲ-ଜୁନରେ 33 ପ୍ରତିଶତ ପରିବାରର ଆୟ ବଢିଥିଲା । ଯାହାକି ଏ ବର୍ଷ ସମାନ ଅବଧିରେ ମାତ୍ର 6.7 ପ୍ରତିଶତ ପରିବାର ଆୟ ବଢିଛି ବୋଲି ସିଏମଆଇଇ ରିପୋର୍ଟରେ ଦର୍ଶାଯାଇଛି ।

ABOUT THE AUTHOR

...view details