ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟସଙ୍କ ନାଁରେ ବଡ ଖୁଲାସା । ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳରୁ ଇସ୍ତଫାର କାରଣ ଜଣେ ମହିଳା ଥିବା ନେଇ ଆସିଛି ରିପୋର୍ଟ ।
ବିଜନେସ ଟାଇକୁନ ବିଲ ଗେଟସ ଏବେ ବିବାଦ ଘେରରେ । ସ୍ତ୍ରୀ ମେଲିଣ୍ଡା ଗେଟସଙ୍କୁ ଛାଡପତ୍ର ଦେବାକୁ ଘୋଷଣା ପରେ ଜଣାପଡିଛି ତାଙ୍କ ପରକୀୟାପ୍ରୀତି ସମ୍ପର୍କ ସମ୍ବନ୍ଧରେ ।
ମାଇକ୍ରୋସଫ୍ଟ କର୍ପୋରେସନ ବୋର୍ଡ ସଦସ୍ୟମାନେ 2020 ରେ ନିଷ୍ପତ୍ତି ନେଇଥିଲେ ଯେ କମ୍ପାନୀ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ବୋର୍ଡରେ ରହିବା ଅନୁଚିତ । କାରଣ ମାଇକ୍ରୋସଫ୍ଟର ଜଣେ ମହିଳା କର୍ମଚାରୀଙ୍କ ସହ ସମ୍ବନ୍ଧ ନେଇ ଯାଞ୍ଚ ଚାଲିଛି । ବୋର୍ଡ ସଦସ୍ୟଙ୍କ ମତ ଅନୁସାରେ ଏଭଲି ସମ୍ପର୍କ ଅନୁଚିତ ଥିଲା ।