ଓଡିଶା

odisha

ETV Bharat / business

ଏ ବର୍ଷର ବିଜନେସ ପର୍ସନ ଲିଷ୍ଟ: ପ୍ରଥମରେ ମାଇକ୍ରୋସଫ୍ଟ ସିଇଓ - ଏ ବର୍ଷର ବିଜନେସ ପର୍ସନ ଲିଷ୍ଟ

ବିଜନେସ ପର୍ସନ ଅଫ ଦି ଇଅର 2019 ଲିଷ୍ଟର ଶୀର୍ଷରେ ଭାରତରେ ଜନ୍ମ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ।

ଏ ବର୍ଷର ବିଜନେସ ପର୍ସନ ଲିଷ୍ଟ

By

Published : Nov 20, 2019, 7:35 PM IST

ନୂଆଦିଲ୍ଲୀ: ବିଜନେସ ପର୍ସନ ଅଫ ଦି ଇଅର 2019 ଲିଷ୍ଟର ଶୀର୍ଷରେ ଭାରତରେ ଜନ୍ମ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା । ଏହି ସୂଚୀରେ ମାଷ୍ଟରକାର୍ଡ ସିଇଓ ଅଜୟ ବଙ୍ଗା (Ajay Banga ) ଓ ଅରିଷ୍ଟାର ପ୍ରମୁଖ ଜୟଶ୍ରୀ ଉଲ୍ଲାଲ (Jayshree Ullal)ମଧ୍ୟ ସ୍ଥାନ ପାଇଛନ୍ତି ।

ଏହି ଲିଷ୍ଟର ପ୍ରଥମରେ ରହିଥିବା ନଡେଲା 2014ରେ ମାଇକ୍ରୋସଫ୍ଟର ପ୍ରମୁଖ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ସମ୍ପର୍କରେ ଫର୍ଚୁ୍ୟନ ଲେଖିଥିଲା ଯେ, ଯେବେ ନଡେଲା କମ୍ପାନୀଙ୍କ ଭାର ନେଇଥିଲେ , ସେତେବେଳେ ସେ ନା ବିଲଗେଟସଙ୍କ ଭଳି ସଂସ୍ଥାପକ ଥିଲେ ନା ତାଙ୍କ ବ୍ୟକ୍ତିତ୍ବ ପୂର୍ବବର୍ତ୍ତୀ Steve Ballmerଭଳି ଥିଲା । ସେହିଭଳି ବଙ୍ଗା 8 ଓ ଉଲ୍ଲାଲ 18 ନମ୍ବରରେ ରହିଛନ୍ତି । ଏହି 2 ଜଣ ଭାରତୀୟ ବଂଶୋଦ୍ଭବ ।

ଏଥିସହ ଏଥିରେ ପର୍ଥ କମ୍ପାନୀ ଫୋର୍ଟସକ୍ୟୁ ମେଟଲ୍ସ ସମୂହର ଏଲିଜାବେଥ ଗେନ୍ସ ଦ୍ବିତୀୟରେ ଓ ପୁମା(PUMA) ସିଇଓ Bjorn Gulden ପଞ୍ଚମରେ ରହିଛନ୍ତି । ସେହିଭଳି ଜେପି ମାର୍ଗନ ଚେଜର ସିଇଓ ଜେମୀ ଡିମୋନ 10ରେ , ଏକ୍ସଚେଞ୍ଜର ସିଇଓ ଜୁଲି ସ୍ବିଟ 15ରେ ଏବଂ ଅଲିବାବା ସିଇଓ Daniel Zhang 16 ନମ୍ବରର ଅଛନ୍ତି ।

ଯେଉଁମାନେ ସାହାସିକ ଲକ୍ଷ୍ୟ ହାସଲ , ଅସମ୍ଭବ ପରିସ୍ଥତିର ସମାଧାନ ଓ ନୂଆ -ସ୍ବତନ୍ତ୍ରର ଉଦଭାବନ କରି ଦେଖାଇବାରେ ସକ୍ଷମ ହୋଇଛନ୍ତି , ସେଭଳି ଉଦୌଗ ଜଗତର 20 ଦିଗଜୟଙ୍କୁ ଫର୍ଚୁନର ଏହି ତାଲିକାରେ ରହିଛନ୍ତି । ଏହି ସୂଚୀର ପ୍ରସ୍ତୁତି ବେଳେ 10 ପ୍ରମୁଖ ଆର୍ଥିକ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଥାଏ । ଏଥିରେ ସେୟାରଧାରଙ୍କୁ ମିଳୁଥିବା ରିଟର୍ଣ୍ଣଠାରୁ ପୁଞ୍ଜି ଉପରେ ରିଟର୍ଣ୍ଣ ମଧ୍ୟ ସାମିଲ ଅଛି ।

ABOUT THE AUTHOR

...view details