ଓଡିଶା

odisha

ETV Bharat / business

କୋରୋନା କାଳରେ ମହଙ୍ଗା ଖାଦ୍ୟ ସାମଗ୍ରୀ, 6.3 % ଛୁଇଁଲା ଖୁଚୁରା ମୁଦ୍ରାସ୍ପୀତି

ଖାଦ୍ୟ ସାମଗ୍ରୀ ମହଙ୍ଗା ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି ମେ ମାସରେ ବୃଦ୍ଧି ହୋଇ 6.3 ପ୍ରତିଶତରେ ପହଞ୍ଚିଛି । ଯାହାକି ଆରବିଆଇର ଆଶାତୀତ ସ୍ତର ଠାରୁ ବହୁତ ଅଧିକ ।

କୋରୋନା କାଳରେ ମହଙ୍ଗା ଖାଦ୍ୟ ସାମଗ୍ରୀ ,  6.3 %  ଛୁଇଁଲା ଖୁଚୁରା ମୁଦ୍ରାସ୍ପୀତି
କୋରୋନା କାଳରେ ମହଙ୍ଗା ଖାଦ୍ୟ ସାମଗ୍ରୀ , 6.3 % ଛୁଇଁଲା ଖୁଚୁରା ମୁଦ୍ରାସ୍ପୀତି

By

Published : Jun 14, 2021, 8:13 PM IST

ନୂଆଦିଲ୍ଲୀ: କୋଭିଡ କାଳରେ ଆକାଶଛୁଆଁ ଦରଦାର । ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲ-ଡିଜେଲ ମହଙ୍ଗା ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି ମେ ମାସରେ ବୃଦ୍ଧି ହୋଇ 6.3 ପ୍ରତିଶତରେ ପହଞ୍ଚିଛି । ଯାହାକି ଆରବିଆଇର ଆଶାତୀତ ସ୍ତର ଠାରୁ ବହୁତ ଅଧିକ ।

ସୋମବାର ଜାରୀ ସରକାରୀ ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ଏପ୍ରିଲ ମାସରେ 4.23 ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ତଥ୍ୟ ଅନୁସାରେ ଖାଦ୍ୟ ସାମଗ୍ରାୀର ମହଙ୍ଗା ଦର ମେ ମାସରେ 5.01 ପ୍ରତିଶତ ରହିଛି । ଏହା ଗତ ମାସର 1.96 ପ୍ରତିଶତ ତୁଳନାରେ ବହୁତ ଅଧିକ ।

ସରକାର ଆରବିଆଇକୁ ଖୁଚୁରା ମୁଦ୍ରାସ୍ପୀତି 2 ପ୍ରତିଶତ ହ୍ରାସ-ବୃଦ୍ଧି ସହ 4 ପ୍ରତିଶତରେ ସ୍ଥିର ରଖିବାକୁ ଦାୟିତ୍ବ ଦେଇଛନ୍ତି । ଆରବିଆଇ ମୁଦ୍ରାନୀତି ଉପରେ ବିଚାର କରିବା ସମୟରେ ଖାସ କରି ଖୁଚୁରା ମୁଦ୍ରାସ୍ପୀତି ଉପରେ ଫୋକସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଏହି ମାସର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋରେଟ ହାରରେ କୌଣସି ପରିବର୍ତ୍ତନ କରିନାହିଁ ।

ରିଜର୍ଭ ବ୍ୟାଙ୍କ 2021-22 ରେ ଖୁଚୁରା ମୁଦ୍ରାସ୍ପୀତି ହାର 5.1 ପ୍ରତିଶତ ରଖିବା ଅନୁମାନ କରିଛି । ଏହାର 2021-22 ର ପ୍ରଥମ ତ୍ରୟମାସରେ 5.2 ପ୍ରତିଶତ, ଦ୍ବିତୀୟ ତ୍ରୟମାସରେ 5.4 ପ୍ରତିଶତ , ତୃତୀୟ ତ୍ରୟମାସରେ 4.7 ପ୍ରତିଶତ ଓ ଚତୁର୍ଥରେ ତ୍ରୟମାସରେ 5.3 ପ୍ରତିଶତ ରହିବା ଅନୁମାନ ଲଗାଇଛି ।

ABOUT THE AUTHOR

...view details