ନୂଆଦିଲ୍ଲୀ: ଲକଡାଉନ କୋହଳ ସହ ବଢିଲା କାର ବିକ୍ରି । ମାର୍ଚ୍ଚ ମାସରେ ଦେଶର ପ୍ରମୁଖ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (MSI) ଓ ଟୋୟଟାର ଭଲ ରହିଛି ପ୍ରଦର୍ଶନ । 2020 ମାର୍ଚ୍ଚ ମାସର କାର ବିକ୍ରି ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ ଯାନ ଏ ବର୍ଷ ମାର୍ଚ୍ଚରେ ବିକ୍ରି କରିଛି କମ୍ପାନୀ ।
ଦେଶର ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଗୁରୁବାର କହିଛି କି , ମାର୍ଚ୍ଚ ମାସରେ ଏହାର ବିକ୍ରି 1,67,014 ୟୁନିଟ ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ଡଲବ । କୋରୋନା ଭାଇରସ ମହାମାରୀ ଯୋଗୁଁ ହୋଇଥିବା ଦେଶବ୍ୟାପି ଲକଡାଉନ ମଧ୍ୟରେ ଗତ ବର୍ଷ ମାର୍ଚ୍ଚ ମାସରେ ଏମଏସଆଇର 83,792 ୟୁନିଟ କାର ବିକ୍ରି ହୋଇଥିଲା । ହେଲେ ଏଥର ମାର୍ଚ୍ଚରେ ମୋଟ ଯାନ ବିକ୍ରି 1,67,014 ୟୁନିଟ ଥିଲା ।