ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ଗାଡି ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର କମ୍ପାକ୍ଟ ଗାଡି ଜିମ୍ନି ( Jimny)ର ରପ୍ତାନୀ ଭାରତରେ ଆରମ୍ଭ କରିଛି । ଆଉ ଏହାର ପ୍ୟାରେଣ୍ଟ କମ୍ପାନୀ ସୁଜୁକି ମୋଟର କର୍ପୋରେସନ ଭାରତକୁ ଏକ ବୈଶ୍ବିକ ରପ୍ତାନୀ କେନ୍ଦ୍ର କରିବାକୁ ଚାହୁଁଛି ।
ମାରୁତି ସୁଜୁକି ଇଣ୍ଡିଆ ଏକ ବିବୃତ୍ତିରେ ଜଣାଇଛି କି 184 ଗାଡିର ପ୍ରଥମ ସିପମେଣ୍ଟ ମୁଦ୍ରା ପୋର୍ଟରୁ କୋଲମ୍ବିଆ ଓ ପେରୁ ଭଳି ଲ୍ୟାଟିନ ଆମେରିକୀୟ ଦେଶ ପାଇଁ ଯାତ୍ରା କରିଛି । 3 ଡୋର ବିଶିଷ୍ଟ ସୁଜୁକି ଜିମ୍ନିକୁ ମଧ୍ୟ ପୂର୍ବ ଏବଂ ଆଫ୍ରିକୀୟ ବଜାରରେ ରପ୍ତାନୀ କରାଯିବ । ଏଥିସହ କମ୍ପାନୀପର ଯୋଜନା ରହିଛି କି ଏହାକୁ ଭାରତୀୟ ବଜାରରେ ମଧ୍ୟ ଉପସ୍ଥାପନ କରାଯିବ ।