ନୂଆଦିଲ୍ଲୀ: ସକରାତ୍ମକ ମୁଦ୍ରାରେ ଓ ସାମାନ୍ୟ ଅଧିକରେ କାରବାର ଆରମ୍ଭ କରିଛି ବଜାର। ପ୍ରାରମ୍ଭିକ ବୈଦେଶିକ ପାଣ୍ଠି ପ୍ରବାହ ମଧ୍ୟରେ ଇଣ୍ଡେକ୍ସ-ହେଭିୱେଟ୍ ବ୍ୟାଙ୍କିଙ୍ଗ୍ ଷ୍ଟକରେ ଲାଭ ହେତୁ ବିଏସଇ ମାନଦଣ୍ଡ ବୃଦ୍ଧି ପାଇ ସେନସେକ୍ସ 31 ପଏଣ୍ଟରେ ପହଁଞ୍ଚିଛି। ପ୍ରାରମ୍ଭିକ ବାଣିଜ୍ୟରେ ସେନସେକ୍ସ 30.84 ପଏଣ୍ଟ ବୃଦ୍ଧି ପାଇ 38,874.72 ଥିବାବେଳେ ନିଫ୍ଟି 26.60 ପଏଣ୍ଟ ବୃଦ୍ଧି ହୋଇ 11,498.85 ରେ ପହଞ୍ଚିଛି।
ସେନସେକ୍ସ ପ୍ୟାକରେ ପ୍ରମୁଖ ଲାଭକାରୀ ଥିଲେ ବଜାଜ ଅଟୋ, ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ବଜାଜ ଫିନ୍ସର୍ଭ, ଏମ ଆଣ୍ଡ ଏମ, ଆକ୍ସିସ ବ୍ୟାଙ୍କ, ପାୱାରଗ୍ରିଡ, ଓଏନଜିସି, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଇନଫୋସିସ, କୋଟାକା ବ୍ୟାଙ୍କ ଏବଂ ଟାଇଟାନ 3.84 ପ୍ରତିଶତକୁ ବୃଦ୍ଧି ପାଇଛି।