ଓଡିଶା

odisha

ETV Bharat / business

ଲଗାତାର ରେକର୍ଡ ଭାଙ୍ଗୁଛି ବଜାର, ଶୀର୍ଷରେ ସେନସେକ୍ସ - Sensex

ନୂଆ କିର୍ତ୍ତୀମାନ ରଚିଛି ଭାରତୀୟ ସେୟାର ବଜାର । ସୋମବାର ସେନସେକ୍ସର ସର୍ବକାଳୀନ ରେକର୍ଡ ସହ 40,931 ଛୁଇଁଥିବା ବେଳେ ନିଫ୍ଟି 12 ହଜାର ପାର କରିଛି ।

ଲଗାତାର ରେକର୍ଡ ଭାଙ୍ଗୁଛି ବଜାର, ଶୀର୍ଷରେ ସେନସେକ୍ସ

By

Published : Nov 25, 2019, 4:55 PM IST

ନୂଆଦିଲ୍ଲୀ: ଲଗାତାର ନୂଆ କିର୍ତ୍ତୀମାନ ରଚିବାରେ ଲାଗିଛି ଭାରତୀୟ ସେୟାର ବଜାର । ସୋମବାର କାରବାର ଆରମ୍ଭରୁ ଦୌଡୁଛି ସେନସେକ୍ସ । ସେପଟେ ନିଫ୍ଟି ବି ଲମ୍ବା ଲମ୍ଫ ମାରିଛି ।


ସୋମବାର କାରାବାର ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 529.82 ପଏଣ୍ଟ ବଢି 40,889.23ରେ ରେକର୍ଡ କରି ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 159.35 ପଏଣ୍ଟ ବୃଦ୍ଧି ପାଇ 12,073.7ରେ କାରବାର ଶେଷ କରିଛି ।

କାରବାର ଆରମ୍ଭରେ ସେନସେକ୍ସ 213.78 ପଏଣ୍ଟ ଚଢି 40,573.19ରେ ପହଞ୍ଚିଗଲାଣି । ଏଭଳି ଭାବେ ନିଫ୍ଟିର ସୂଚକାଙ୍କ 57.65 ପଏଣ୍ଟ ବଢି 11,972.05 ରହିଛି ।

ଏଥିଯୋଗୁଁ ସେନସେକ୍ସ ସର୍ବକାଳୀନ ସ୍ଥରରେ ରହିଛି

ବଜାର କାରବାରୀଙ୍କ କହିବା ଅନୁଯାୟୀ, ଆମେରିକା ଓ ଚୀନ ମଧ୍ୟରେ ବ୍ୟାପର ଯୁଦ୍ଧରେ ଶାନ୍ତିର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଏପରି ରିପୋର୍ଟ ରହିଛି କି, ଚଳିତ ବର୍ଷ ଶେଷ ସୁଦ୍ଧା ଉଭୟ ଦେଶ ମଧ୍ୟ ଭିତରେ ବୁଝମଣା ନେଇ ଚୁକ୍ତି ସ୍ବାକ୍ଷର ହୋଇଯିବ ।

ବିଶ୍ବ ବଜାରରେ ଅଭିବୃଦ୍ଧି ଓ ଧାତୁ , ବ୍ୟାଙ୍କ ଓ ଦୂରସଞ୍ଚାର କମ୍ପାନୀଙ୍କ ସେୟାରରେ ଜୋରଦାର କିଣାବିକା ଯୋଗୁଁ ବଜାର ରେକର୍ଡ କରିଛି ।

ABOUT THE AUTHOR

...view details