ଓଡିଶା

odisha

By

Published : Dec 16, 2020, 5:12 PM IST

ETV Bharat / business

ବଢିଲା ସିଲିଣ୍ଡର ଦାମ, ମହଙ୍ଗା ହେବ ବିମାନ ଯାତ୍ରା

ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ । ଆଜି ସିଲିଣ୍ଡର ପିଛା 50 ଟଙ୍କା ବଢି 694 ଟଙ୍କାରେ ପହଞ୍ଚିଛି । ସେପଟେ ବିମାନ ଇନ୍ଧନ ଦାମ 6.3 ପ୍ରତିଶତ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ବଢିଲା ସିଲିଣ୍ଡର ଦାମ, ମହଙ୍ଗା ବିମାନ ଯାତ୍ରା
ବଢିଲା ସିଲିଣ୍ଡର ଦାମ, ମହଙ୍ଗା ବିମାନ ଯାତ୍ରା

ନୂଆଦିଲ୍ଲୀ: ପୁଣି ହାଣ୍ଡିଶାଳକୁ ମହଙ୍ଗା ଚଡକ । ବଢିଲା ରନ୍ଧନ ଗ୍ୟାସ ଦର । ବୁଧବାର ଠାରୁ ସିଲିଣ୍ଡର ପିଛା 50 ଟଙ୍କା ବଢିଛି ଦାମ । ଚଳିତ ମାସରେ ଅନ୍ତରାଷ୍ଟ୍ରୀୟ ଦାମ ବଢିବା ଯୋଗୁଁ ରନ୍ଧନ ଗ୍ୟାସ ଲଗାତାର 2 ଥର ବଢିଲାଣି ।

ଏହା ବ୍ୟତୀତ ବିମାନ ଇନ୍ଧନ ବା ଏଟିଏଫ ଦାମ ବୃଦ୍ଧି ପାଇଛି । ବୁଧବାର ଏଟିଏଫ ଦାମ 6.3 ପ୍ରତିଶତ ବଢିଛି । ରାଜ୍ୟ ଇନ୍ଧନ ବିତରଣ କମ୍ପାନୀର ମୂଲ୍ୟ ଅଧିସୂଚନା ଅନୁସାରେ 14.2 କିଲୋର ଅଣରିହାତି ଏଲପିଜି ଦାମ 644 ଟଙ୍କାରୁ ବଢି 694 ଟଙ୍କାରେ ପହଞ୍ଚିଛି ।

ଚଳିତ ମାସରେ ଏହା ଦ୍ବିତୀୟ ବୃଦ୍ଧି । ଏହା ପୂର୍ବରୁ ଡିସେମ୍ବର ପହିଲାରେ ସିଲିଣ୍ଡର ଦାମ ଗୋଟିଏ ପିଛା 50 ଟଙ୍କା ବଢିଥିଲା । ଜୁଲାଇ ପରେ ରନ୍ଧନ ଗ୍ୟାସ ଦାମ 594 ଟଙ୍କାରେ ଅପରିବର୍ତ୍ତିତ ଥିଲା । ଏହି ଦାମରେ ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ମଧ୍ୟ ବିକ୍ରି କରାଯାଉଥିଲା ।

ମେ’ ମାସ ପରେ ରନ୍ଧନ ଗ୍ୟାସ ଉପରେ ଗ୍ରାହକଙ୍କୁ ଏତେଟା ସବସିଡି ମିଳିନାହିଁ । କାରଣ ଅନ୍ତରାଷ୍ଟ୍ରୀୟ ତେଲ ଦାମରେ ହ୍ରାସ ଓ ଘରୋଇ ରିଫିଲ୍ ହାରରେ ବୃଦ୍ଧି ସବସିଡି ଏବଂ ବଜାର ଦର ମଧ୍ୟରେ ସମାନତା ରଖିଛି ।

2019 ଜୁନ ମାସରେ ଦିଲ୍ଲୀରେ ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ 497 ଟଙ୍କା ରହିଥିଲା । ସେବେଠାରୁ ମୋଟ ମିଶାଇ 147 ଟଙ୍କା ବଢିଛି ।

ABOUT THE AUTHOR

...view details