ଓଡିଶା

odisha

ETV Bharat / business

ଆଜିଠୁ ମହଙ୍ଗା ଗ୍ୟାସ ସିଲିଣ୍ଡର: କେତେ ଥିଲା, କେତେ ହେଲା - ମହଙ୍ଗା ଗ୍ୟସ ସିଲିଣ୍ଡର

ହାଣ୍ଡିଶାଳକୁ ମହଙ୍ଗା ମାଡ । ଆଜିଠୁ ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ । ଅଣସବସିଡି ଗ୍ୟାସ ସିଲିଣ୍ଡର ପିଛା ଦାମ ପ୍ରାୟ 149 ଟଙ୍କା ବୃଦ୍ଧି ପାଇଛି । ଗତ ଥର ଜାନୁଆରୀ ପହିଲାରେ ବଢିଥିଲା ଦାମ ।

LPG cylinder prices hiked sharply today
ଆଜିଠୁ ମହଙ୍ଗା ଗ୍ୟସ ସିଲିଣ୍ଡର , ଜାଣନ୍ତୁ ନୂଆ ରେଟ

By

Published : Feb 12, 2020, 1:01 PM IST

ନୂଆଦିଲ୍ଲୀ: ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ । ଦେଶର ସର୍ବବୃହତ ଅଏଲ ମାର୍କେଟିଂ କମ୍ପାନୀ ବିନା ସବସିଡି ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି କରିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ(IOC) ୱେବସାଇଟ ମୁତାବକ, ୧୪.୨କିଲୋର ଅଣ ସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ପାଖାପାଖି 149 ଟଙ୍କା ବଢିଛି । ସମସ୍ତ ମହାନଗର ନିଗମରେ ଅଣ ସବସିଡି ସିଲିଣ୍ଡର ଦାମ 144.50 ଟଙ୍କାରୁ 149 ଟଙ୍କା ପର୍ଯ୍ୟନ୍ତ ବଢିଛି ।

IOC ୱେବସାଇଟ ଅନୁଯାୟୀ, ଏବେ 14 କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ, କୋଲକତା, ମୁମ୍ବାଇରେ ଯଥାକ୍ରମେ 144.50, 149, 145 ଟଙ୍କା ବୃଦ୍ଧି ପାଇ 858.50 , 896.00 ଓ 829.50 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏହାର ଦାମ 147 ଟଙ୍କା ବୃଦ୍ଧି ପାଇଁ 881 ଟଙ୍କା ହୋଇଛି ।

ତେବେ ଆପଣଙ୍କ ସହରରେ ଏହାର ଦାମ ଜାଣିବା ପାଇଁ IOC ୱେବସାଇଟକୁ ଯାଇ https://indane.co.in/tarrifs_price.php କ୍ଲିକ କରନ୍ତୁ । ସେଠାରେ ଆପଣଙ୍କୁ Show All Market ଟ୍ୟାବ ଦେଖାଦେବ । ଏହା ଉପରେ ଆପଣ କ୍ଲିକ କରିବା ପରେ ସିଲିଣ୍ଡର ଦାମ ସହ ଜଡିତ ଲିଷ୍ଟ ତଳେ ଦେଖାଦେବ ।

ଏହା ପୂର୍ବରୁ ଜାନୁଆରୀ ପହିଲାରେ ଗ୍ୟାସ ଦାମ ବଢିଥିଲା । ପ୍ରତି ମାସରେ ସବସିଡି ଓ ମାର୍କେଟ ରେଟରେ ପରିବର୍ତ୍ତନ ହୋଇଥାଏ । ହେଲେ ଫେବୃଆରୀ ଆରମ୍ଭରୁ କୌଣସି ପରିବର୍ତ୍ତନ ହୋଇନଥିଲା ।

ପ୍ରକାଶ ଯେ, ରୋଷେଇ ଗ୍ୟାସର ପାଖାପାଖି 27.6 କୋଟି ଉପଭୋକ୍ତା ଅଛନ୍ତି । ଆଉ ଏଥିରୁ ପ୍ରାୟ 2 କୋଟିଙ୍କୁ ସବସିଡି ମିଳୁନାହିଁ ।

(ANI)

ABOUT THE AUTHOR

...view details