ଜେନିଭା: କୋଭିଡ-19 ଓ ଏହାର ପ୍ରତିକାର ପାଇଁ ଜାରି ଲକଡାଉନ ଆଦି ଉପାୟ ଦ୍ବାରା ଅର୍ଥବ୍ୟବସ୍ଥା ବିଗିଡିଯାଇଛି । ଏଥିଯୋଗୁଁ ଗରିବ ସ୍ତର 56 ପ୍ରତିଶତ ବୃଦ୍ଧି ନେଇ ଆଶଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ(ଆଇଏଲଓ) ଦ୍ବାରା ଜାରି ଏଖ ନୂଆ ବ୍ରେକିଙ୍ଗ ପେପରରେ ଏ ନେଇ ପ୍ରକାଶ କରାଯାଇଛି ।
କୋରୋନା କଟକଣା ଯୋଗୁଁ ସମଗ୍ର ବିଶ୍ବରେ ଅର୍ଥବ୍ୟବସ୍ଥା ଏକ ପ୍ରକାର ଠପ ହୋଇପଡିଛି । ଏଥିଯୋଗୁଁ ଦୁନିଆର 2 ଅରବ ଅଣଔପଚାରିକ ଅର୍ଥବ୍ୟବସ୍ଥା ଶ୍ରମିକଙ୍କ ମଧ୍ୟରୁ 1.6 ବିଲିୟନ ଲକଡାଉନ ଓ ପ୍ରତିବନ୍ଧକ ଉପାୟ ଦ୍ବାରା ପ୍ରଭାବିତ ।