ଓଡିଶା

odisha

ETV Bharat / business

ମାସେ ଚକଅଖ ବନ୍ଦ ରହିଲେ 2% ଖସିବ ଜିଡିପି: ରିପୋର୍ଟ - କୋରୋନା ପ୍ରଭାବ

ଭୟଭୀତ କଲାଣି ଲକଡାଉନ ଆଶଙ୍କା । ଯଦି ମାସେ ଯାଏଁ ଦେଶବ୍ୟାପି ଲକଡାଉନ ପୁଣି ହୁଏ ତେବେ ଅଭିବୃଦ୍ଧି ହାର 2 ପ୍ରତିଶତ ହ୍ରାସ ହୋଇପାରେ । ଅଧିକ ପଢନ୍ତୁ..

ମାସେ ଚକଅଖ ବନ୍ଦ ପଡିଲେ 2% ଖସିବ ଜିଡିପି:  ରିପୋର୍ଟ
ମାସେ ଚକଅଖ ବନ୍ଦ ପଡିଲେ 2% ଖସିବ ଜିଡିପି: ରିପୋର୍ଟ

By

Published : Apr 6, 2021, 8:32 PM IST

ନୂଆଦିଲ୍ଲୀ: ମାରାତ୍ମକ ମହାମାରୀ ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଭାରତୀୟ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ଧୀମା ରହିଛି ।

ମନ୍ଥର ଗତିରେ ଅଭିବୃଦ୍ଧି ରେଖା । କୋରୋନା କାୟ ଭିତରେ କଲବଲ ଜୀବିକା , ବାଜିରେ ଲାଗିଛି ରୋଜଗାର । ଫଳରେ ଉପଯୋଗୀତା କମ ସହ ବଜାରରେ ଚାହିଦା ସୂଚତାଙ୍କ ନିମ୍ନମୁଖୀ ।

ଯଦି ଏଭଳି ଘଡିସନ୍ଧି ସମୟରେ ପୁଣି କୋଭିଡ-19ର ଦ୍ବିତୀୟ ଲହରୀ ଯୋଗୁଁ ଜାତୀୟ ସ୍ତରରେ ମାସେ ଲକଡାଉନ ଲାଗୁ ହେବ , ତେବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 2 ପ୍ରତିଶତ ଯାଏଁ ହ୍ରାସ ହୋଇପାରେ । ଆମେରିକାର ବ୍ରୋକରେଜ କମ୍ପାନୀ ବୋଫା ସିକ୍ୟୁରିଟିଜ (BofA Securities) ମଙ୍ଗଳବାର ଏ ନେଇ ଅନୁମାନ କରିଛି ।

ବୋଫା ସିକ୍ୟୁରିଟିଜର ବିଶ୍ଲେଷକ କହିଛନ୍ତି କି ସଂକ୍ରମଣ ମାମଲା 6 ଗୁଣା ବୃଦ୍ଧି ହୋଇ 1.03 ଲକ୍ଷରେ ପହଞ୍ଚିଛି । ରାଜ୍ୟ ସରକାର ଏହାର ପ୍ରତିକ୍ରିୟାରେ ଏବେ ସ୍ଥାନୀୟ ସ୍ତରରେ ଲକଡାଉନ ଲଗାଇଛନ୍ତି । ଯଦି ଜାତୀୟ ସ୍ତରରେ ଲକଡାଉନ ଘୋଷଣା ହୁଏ, ତେବେ ଏହା ‘ଶେଷ ରାସ୍ତା’ ହେବ । ଏହା ଦ୍ବାରା ଅଭିବୃଦ୍ଧି ପ୍ରକ୍ରିୟା ଉପରେ ଗଭୀର ପ୍ରଭାବ ପଡିପାରେ । ଅର୍ଥବ୍ୟବସ୍ଥାର ପୁନରୁଦ୍ଧା ଏବେ ହାଲୁକା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ମୁତାବକ ‘‘ କୋଭିଡ-19 ର ବର୍ଦ୍ଧିତ ମାମଲା ଅର୍ଥବ୍ୟବସ୍ଥା ମନ୍ଥର ଗତିରେ ପୁନରୁଦ୍ଧାର ଚିନ୍ତା ବଢାଇଛି । ଅନୁମାନ ରହିଛି କି ଯଦି ଦେଶବ୍ୟାପି ଲକଡାଉନ ଲଗାଯିବ , ତେବେ ବାର୍ଷିକ ଜିଡିପିରେ 1 ରୁ 2 ପ୍ରତିଶତ ହ୍ରାସ ଦେଖାଦେବ । ଫଳରେ ରାଜକୋଷ ପ୍ରତି ବିପଦ ମଧ୍ୟ ବଢିବ ।

ଦେଶରେ ଗତ ଆର୍ଥିକ ବର୍ଷ କୋଭିଡ-19 ସଂକ୍ରମଣ ଯୋଗୁଁ ଲକଡାଉନ ଲଗାଯାଇଥିଲା । ଯେଉଁଥିପାଇଁ ଜିଡିପି ନେଗେଟିଭି ସହ 7 ପ୍ରତିଶତରୁ ଅଧିକ ଖସିଛି । ତେବେ ପୁଣି ସୁଧାର ଗତି ଯୋଗୁଁ ବିଶେଷଜ୍ଞଙ୍କ ଅନୁସାରେ 2021-22 ରେ ମୋଟ ଘରୋଇ ଉତ୍ପାଦ 10 ପ୍ରତିଶତରୁ ଅଧିକ ରହିପାରେ । ହେଲେ ଏବେ ପୁଣି କୋରୋନା ସଂକ୍ରମଣର ଦୈନିକ ରିପୋର୍ଟ ଏବେ ପୁଣି ଅର୍ଥନୀତି ପ୍ରତି ଆତଙ୍କ ସୃଷ୍ଟି କଲାଣି ।

ABOUT THE AUTHOR

...view details