ନୂଆଦିଲ୍ଲୀ: କୋରେନା ମହାମାରୀ ପ୍ରଭାବରେ ଦେଶର 2 ଡର୍ଜନରୁ ଅଧିକ ସେକ୍ଟର ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ସେମାନଙ୍କୁ ରିଲିଫ ଦେବା ପାଇଁ ଋଣ ପୁର୍ନଗଠନ ଓ ଋଣ କିସ୍ତି ସ୍ଥଗିତ ନେଇ ପରାମର୍ଶ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେ ଭି କାମାଥ କମିଟି ଗଠନ କରାଯାଇଥିଲା । ତେବେ କାମାଥଙ୍କ ନେତୃତ୍ବରେ ଏହି 5 ଜଣିଆ ସଦସ୍ୟ ବିଶିଷ୍ଟ କମିଟି 16 ସେକ୍ଟରକୁ ସୁପାରିଶ କରିଛି, ଯାହାର ଋଣ ପୁର୍ନଗଠନ ହେବା ଆବଶ୍ୟକ ରହିଛି ବୋଲି ଏଥିରେ ଦର୍ଶାଯାଇଛି ।
ଋଣ ପୁର୍ନଗଠନ ପାଇଁ କମିଟି ପକ୍ଷରୁ ଚିହ୍ନଟ ହୋଇଥିବା ସେକ୍ଟର ମଧ୍ୟରେ ଲୁହା ଓ ଇସ୍ପାତ, ସଡକ, ରିଅଲ ଇଷ୍ଟେଟ, ଶକ୍ତି, ନିର୍ମାଣ, ବିମାନ ଶିଳ୍ପ, ହୋଟେଲ୍ ଓ ରେସ୍ତୋରାଁ, କଞ୍ଜ୍ୟୁମର ଡ୍ୟୁରେବଲ, ବୟନ ଶିଳ୍ପ, ହୋଲସେଲ କାରବାର, ପର୍ଯ୍ୟଟନ, ଖଣି, ସିପିଂ, ପୋର୍ଟ ସେବା, ଚିନି, ଅଟୋ ଡିଲରସିପ, ପର୍ଯ୍ୟଟନ, ସିମେଣ୍ଟ, ଅଟୋମୋବାଇଲ ଉପକରଣ, ଗହଣା ଆଦି ରହିଛି ।
ଏସବୁ ସେକ୍ଟର କୋରୋନା ମାଡରେ ଗଭୀର ଭାବେ ପ୍ରଭାବିତ ହୋଇଛି । ପାଞ୍ଚ ପ୍ରକାର ମାନଦଣ୍ଡ ଆଧାରରେ କମିଟି ଏହି କ୍ଷେତ୍ରଗୁଡ଼ିକୁ ଚୟନ କରିଛି ।