ନୂଆଦିଲ୍ଲୀ: ବିମାନ ଭଡା ଉପରେ ଲାଗୁ ସର୍ବାଧିକ ଏବଂ ସର୍ବନିମ୍ନ ସୀମାକୁ ଅଗଷ୍ଟ 24ରୁ ଆଗକୁ ବୃଦ୍ଧି କରାଯାଇପାରେ । ତେବେ ଆଗାମୀ ପରିସ୍ଥିତିକୁ ନଜରରେ ରଖି ନିର୍ଣ୍ଣୟ ନିଆଯିବ । ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ କରୋଲା ଶନିବାର ଏ ନେଇ ସୂଚନା ଦେଇଛନ୍ତି ।
କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ସରକାର ପ୍ରାୟ 2 ମାସ ପର୍ଯ୍ୟନ୍ତ ବିମାନ ସେବାକୁ ବନ୍ଦ କରିଦେଇଥିଲେ । ଘରୋଇ ଯାତ୍ରୀ ଉଡାଣକୁ ମେ 25ରୁ ଆରମ୍ଭ କରାଯାଇଥିଲା । ଏଥିସହ ଉଡାଣ ଅବଧି ଆଧାରରେ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ କରାଯାଇଥିଲା । ଯାହାକୁ 3 ମାସ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ ବୋଲି ମେ 21ରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଥିଲେ ।