ମୁମ୍ବାଇ: ଦେଶର ସବୁଠୁ ବଡ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଆର୍ଥିକ ବର୍ଷ 2019-20ରେ ରେକର୍ଡ 2.19 କୋଟି ନୂଆ ବୀମା ପଲିସି ବିକ୍ରି କରିଛି । ଏହା ଗତ 6 ବର୍ଷରେ ସବୁଠୁ ଅଧିକ ସଂଖ୍ୟା ।
ରେକର୍ଡ କଲା LIC: 2019-20ରେ ବିକିଛି 2.19 କୋଟିର ବୀମା - ଏଲଆଇସି
ଆର୍ଥିକ ବର୍ଷ ଶେଷରେ କୋଭିଡ-19 ସଙ୍କଟ ଆସିବା ପରେ ବି ଦେଶର ସବୁଠୁ ବଡ ଜୀବନ ବୀମା କମ୍ପାନୀ ଏଲଆଇସି ସୃଷ୍ଟି କରିଛି ନୂଆ ରେକର୍ଡ । ଅଧିକ ପଢନ୍ତୁ..
ଆର୍ଥିକ ବର୍ଷ ଶେଷରେ କୋଭିଡ-19 ସଙ୍କଟ ଆସିବା ପରେ ବି କମ୍ପାନୀ ଏଭଳି ଐତିହାସିକ ରେକର୍ଡ ସୃଷ୍ଟି କରିଛି । କମ୍ପାନୀ ନିଜ ବିବୃତ୍ତିରେ କହିଛି କି 2019-20 ମଧ୍ୟରେ ଏହା ନୂଆ ପଲିସିରେ ମିଳିଥିବା ପ୍ରିମିୟମ ଆଧାରରେ ନୂଆ କାରବାରରେ 25.17 ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ଏହି ଦୃଷ୍ଟିରୁ 2020 ମାର୍ଚ୍ଚ 31 ସୁଦ୍ଧା କମ୍ପାନୀକୁ 1.78 ଲକ୍ଷ କୋଟି ଟଙ୍କାର ନୂଆ ପ୍ରିମିୟମ ମିଳିଛି । ଏହି ସମୟ ମଧ୍ୟରେ କମ୍ପାନୀର ବଜାର ଅଂଶ 68.74 ପ୍ରତିଶତ ଥିଲା ।
1956 ମସିହାରେ 5 କୋଟି ଟଙ୍କାର ପ୍ରାରମ୍ଭିକ ନିବେଶରେ ଆରମ୍ଭ LICର 31,96,214.81 କୋଟି ଟଙ୍କା ସମ୍ପତ୍ତି ଅଛି ।