ମୁମ୍ବାଇ: ଲକଡାଉନକୁ ନଜରରେ ରଖି ପଲିସି ହୋଲ୍ଡରଙ୍କୁ ରିଲିଫ ଦେଲା ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) । ମାର୍ଚ୍ଚ ଓ ଏପ୍ରିଲ ମାସର ପ୍ରିମିୟମ ପ୍ରଦାନ ପାଇଁ ଅତିରିକ୍ତ 30 ଦିନ ସମୟ ଦେବାକୁ ଏଲଆଇସି ଘୋଷଣା କରିଛି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ଦେଶରେ ଜାରି ରହିଛି ଲକଡାଉନ । ଏଥିଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକଙ୍କ ଆୟ ମଧ୍ୟ ଖସିଛି । ଏସବୁକୁ ଦୃଷ୍ଟିରେ ରଖି ଏଲଆଇସି ପ୍ରିମିୟମ ପେମେଣ୍ଟ ଅବଧିକୁ କିଛି ଦିନ ପାଇଁ ବଢାଇଛି ।
ଏଲଆଇସି କହିଛି ଯେ, ଫେବୃଆରୀ ପ୍ରିମିୟମ ପାଇଁ ଦିଆଯାଇଥିବା ଅତିରିକ୍ତ ସମୟ ମାର୍ଚ୍ଚ 22ରେ ଶେଷ ହେବା ପରେ ଏହାକୁ ଏପ୍ରିଲ 15ରୁ ବୃଦ୍ଧି କରାଯାଇଛି । ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଲଆଇସି ବୀମା ହୋଲ୍ଡର ବିନା ସେବା ଶୁଳ୍କରେ ଏଲଆଇସି ଡିଜିଟାଲ ପେମେଣ୍ଟ ବିକଳ୍ପ ଜରିଆରେ ମଧ୍ୟ ପ୍ରିମିୟଣ୍ଟ ଭରିପାରିବେ ।